Site icon Odisha.com

ରାଜ୍ୟରେ ଇ-ବ୍ଲଡ୍ ବ୍ୟାଙ୍କ ସେବା ଶୁଭାରମ୍ଭ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡ଼ିସେମ୍ବର ୧୪(ଓଡ଼ିଶା ଡ଼ଟ୍ କମ୍) ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ
ରାଜ୍ୟରେ ବୁଧବାର ଠାରୁ ଇ-ବ୍ଲଡ୍ବ୍ୟାଙ୍କ ସେବା ଆରମ୍ଭ କରାଯାଇଛି ।

ଏ ପ୍ରକାର ସେବା ଆରମ୍ଭ କରିବାରେ ଓଡିଶା ଦେଶର ପ୍ରଥମ ରାଜ୍ୟ ବୋଲି ଏହାର ଉଦଘାଟନ କରି
ସ୍ୱାସ୍ଥ୍ୟମନ୍ତ୍ରୀ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ।

ଏହି ସେବା ମାଧ୍ୟମରେ ରକ୍ତ ଆବଶ୍ୟକ କରୁଥିବା ରୋଗୀ ତଥା ଜନସାଧାରଣ ସେମାନେ ଆବଶ୍ୟକ
ଅନୁଯାୟୀ ରକ୍ତ ରାଜ୍ୟର ଯେ କୌଣସି ରକ୍ତଭଣ୍ଡାରରେ ଉପଲବ୍ଧି ସଂପର୍କରେ ତୁରନ୍ତ ଜାଣି ପାରିବେ ।

ୱେବ୍ ସାଇଟ , ଟୋଲ ଫ୍ରି ଟେଲିଫୋନ କିମ୍ବା ଏସ୍ଏମ୍ଏସ୍ ମାଧ୍ୟରେ ସାଧାରଣ ଲୋକ ମାତ୍ର କେତେ ସେକେଣ୍ଡ ମଧ୍ୟରେ ରକ୍ତ ମହଜୁତ ସଂପର୍କରେ ସୂଚନା ପାଇ ପାରିବେ ।

ରାଜ୍ୟ ରକ୍ତ ସଞ୍ଚାଳନ କାଉନସିଲ୍ ଏବଂ ଏଡସ୍ ନିୟନ୍ତ୍ରଣ ସମିତି ତରଫରୁ ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟମିଶନ ସହାୟତାରେ ଏହି ଅନ-ଲାଇନ୍ ମନିଟରିଂ ବ୍ୟବସ୍ଥା କରାଯାଇଛି ।

ରାଜ୍ୟରେ ଥିବା ଭାରତୀୟ ରେଡ୍କ୍ରସର ୫୬ ଟି ସମେତ ମୋଟ ୮୦ଟି ରକ୍ତ ଭଣ୍ଡାର ସଂପର୍କରେ
ସୂଚନା ମିଳିପାରିବ ।

ନିକଟ ଭବିଷ୍ୟତରେ ସରକାରୀ ଡାକ୍ତରଖାନା ମାନଙ୍କୁ ଯୋଗାଇ ଦିଆଯାଉଥିବା ଔଷଧ ,ଔଷଧ
ଉପଲବ୍ଧି ଆଦି ସଂପର୍କରେ ସାଧାରଣ ଲୋକ ଜାଣିବା ପାଇଁ ସୂଚନା ପରିଚାଳନା ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ ବୋଲି ବିଭାଗୀୟ ସଚିବ ଅନୁ ଗର୍ଗ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version