Site icon Odisha.com

ୱେବସାଇଟ୍ରେ ତଥ୍ୟ ଦେବାକୁ ଖଣି ଲିଜ୍ଧାରୀଙ୍କୁ ନିର୍ଦ୍ଦେଶ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱ, ଡ଼ିସେମ୍ବର ୧୫(ଓଡ଼ିଶା ଡ଼ଟ୍ କମ୍) ସରକାରୀ ୱେବସାଇଟ୍ରେ ଖଣି ସଂପର୍କୀତ ସମସ୍ତ ତଥ୍ୟ ଦେବାକୁ ଖଣି ଲିଜ୍ଧାରୀମାନଙ୍କୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ଖଣି ସଂକ୍ରାନ୍ତୀୟ ତଥ୍ୟ ଲୋକଲୋଚନକୁ ଆସିପାରୁନଥିବା ବିଭିନ୍ନ ମହଲରେ ଅଭିଯୋଗ ହେବା ପରେ ସରକାର ଏହି ପକ୍ଷେପ ନେଇଥିବା ଜଣେ ଅଧିକାରୀ କହିଛନ୍ତି ।

ଏ ସଂପର୍କୀତ ସମସ୍ତ କାର୍ଯ୍ୟ ଚଳିତ ମାସ ଶେଷ ସୁଦ୍ଧା ଶେଷ କରିବାକୁ ଖଣି ସଚିବ ମନୋଜ ଆହୁଜା
ମଙ୍ଗଳବାର ରାଜ୍ୟ ଖଣି ନିର୍ଦ୍ଦେଶକଙ୍କୁ ଲିଖିତ ନିର୍ଦ୍ଦେଶନା ଜାରି କରିଥିବା ସେ କହିଛନ୍ତି ।

ବିଭିନ୍ନ ଲୋକଙ୍କ ଠାରୁ ଅଭିଯୋଗ ପାଇବା ପରେ ଗତ ଅଗଷ୍ଟ ମାସରେ ରାଜ୍ୟ ସୂଚନା କମିଶନ ମଧ୍ୟ
ଖଣି ସଂପର୍କୀତ ତଥ୍ୟ ୱେବସାଇଟ୍ରେ ଦେବାକୁ ଖଣି ଓ ଇସ୍ପାତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ ।

ଗତ ମାର୍ଚ୍ଚ ୨୦୦୩ରୁ ମାର୍ଚ୍ଚ ୨୦୦୯ ମଧ୍ୟରେ ହୋଇଥିବା ବିଭିନ୍ନ ଖଣି ଯୋଜନା ସମ୍ବନ୍ଧୀୟ ତଥ୍ୟ ସେ
ମାଗିଥିବା ବେଳେ ତାଙ୍କୁ ସେଗୁଡ଼ିକ ଯୋଗାଇ ଦିଆଯାଇନଥିଲା ବୋଲି ଚାଡ଼ାର୍ଡ଼ ଆକାଉନ୍ଟାଂଟ ବିଶ୍ୱଜିତ ମହାନ୍ତି କମିଶନ ନିକଟରେ ଅଭିଯୋଗ କରିଥିଲେ ।

ଏଭଳି ତଥ୍ୟ ତାଙ୍କୁ ଦେବାକୁ ସଂପୃକ୍ତ କର୍ତୃପକ୍ଷ ମନା କରିଦେଇଥିଲେ, ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version