Site icon Odisha.com

ଆମ ଗାଁ ଆମ ବିଦ୍ୟାଳୟ ଉଦଘାଟିତ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଗୁଣପୁର, ଡ଼ିସେମ୍ବର ୧୫(ଓଡ଼ିଶା ଡ଼ଟ୍ କମ୍) ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲକ ଅନ୍ତର୍ଗତ ଗୁଣୁପୁର ଜୋନାଲ ଅଫିସର “ଆମଗାଁ ଆମ ବିଦ୍ୟାଳୟ’ ଉଦଘାଟିତ ହୋଇଛି ।

ଗୁରୁବାର ଏହି ଉଦଘାଟନ ଉତ୍ସବରେ ଦିଲ୍ଲୀସ୍ଥିତ”ବେକ୍ଟ ଇଣ୍ଡିଆ’ ପକ୍ଷରୁ ଲିଷ୍ଟ ଏନ୍ଜିଓର ପରିଚାଳକ କୈଳାଶ ଶବର ଏବଂ ସିମାଂଚଳ କୁମ୍ଭାର ଯୋଗ ଦେଇଥିଲେ ।

ଏହାବ୍ୟତୀତ ରାମନାଗୁଡ଼ା ବ୍ଲକର ଶିବପ୍ରସାଦ ପଣ୍ଡା, ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟ, ୱାର୍ଡ଼ସଭ୍ୟ, ଗ୍ରାମବାସୀ ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀମାନେ ମଧ୍ୟ ଯୋଗ ଦେଇଥିଲେ ।

ସକାଳ ୭ଟାରୁ ୯ଟା ପର୍ଯ୍ୟନ୍ତ ଏବଂ ସଂଧ୍ୟା ୫ଟାରୁ ୭ଟା ପର୍ଯ୍ୟନ୍ତ ମାଗଣାରେ ଶିକ୍ଷା ପ୍ରଦାନ କରିବା ବେକ୍ଟ ଇଣ୍ଡିଆର ମୁଖ୍ୟ ଲକ୍ଷ୍ୟ ବୋଲି ପଣ୍ଡା ଲୋକଙ୍କୁ କହିଥିଲେ ।

ଏହାସହ ଗରିବ ଆଦିବାସୀ, ମୁଲିଆ, ହରିଜନ ବର୍ଗର ପିଲା ମାନଙ୍କୁ କିପରି ଭଲ ଜ୍ଞାନ, କମ୍ପ୍ୟୁଟର ଶିକ୍ଷା, ସଂଗୀତ, ଯୋଗ ଶିକ୍ଷା, ବେଦଶିକ୍ଷା ଆଦି ପ୍ରଦାନ କରାଯାଇପାରିବ ସେଦିଗରେ ବହୁତ ଲକ୍ଷ୍ୟ ରହିଛି, ସେ କହିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version