Site icon Odisha.com

ପୋସ୍କୋ ସଂଘର୍ଷ: ପୂର୍ବତନ ବିଧାୟକଙ୍କ ନାଁରେ ମାମଲା

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ଡ଼ିସେମ୍ବର ୧୫(ଓଡ଼ିଶା ଡ଼ଟ୍ କମ୍) ପୋସ୍କୋ ସଂଘର୍ଷ ଘଟଣାରେ ଜଣେ ପୂର୍ବତନ ବିଧାୟକଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି ।

ସଂଘର୍ଷରେ ମୃତ୍ୟୁବରଣ କରିଥିବା ଦିଜ୍ୱବରଙ୍କ ଭାଇ ଯୁଧିଷ୍ଟିର ସ୍ୱାଇଁ ପୂର୍ବତନ ବିଧାୟକ ନାରାୟଣ ରେଡ୍ଡି, କଂଗ୍ରେସ ନେତା ଜୟନ୍ତ ବିଶ୍ୱାଳ, ପୋସ୍କୋ ସଂଗ୍ରାମ ସମିତି ନେତା ଶିଶିର ମହାପାତ୍ର ଏବଂ ମନୋରମା ଖଟୁଆଙ୍କ ବିରୁଦ୍ଧରେ କୁଜଙ୍ଗ ଥାନାରେ ଏତଲା ଦେଇଛନ୍ତି ।

ପୋଲିସ ସଂପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ହତ୍ୟା ମାମଲା ରୁଜୁ କରିଛି । ସ୍ୱାଇଁଙ୍କ ହତ୍ୟାରେ ସଂପୃକ୍ତ ଜୟନ୍ତ
ବିଶ୍ୱାଳଙ୍କୁ ପୋଲିସ କଟକରୁ ଗୁରୁବାର ଗିରଫ କରିଛି ବୋଲି ଜିଲ୍ଲା ପୋଲିସ ମୁଖ୍ୟ ଏସ୍.ଦେବବତ ସିଂହ କହିଛନ୍ତି ।

ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି, ସେ କହିଛନ୍ତି ।

ବୁଧବାର ପୋସ୍କୋ ଅଂଚଳରେ ପ୍ରକଳ୍ପ ବିରୋଧୀ ଓ ରାସ୍ତା ନିର୍ମାଣ କମ୍ପାନୀ କର୍ମଚାରୀଙ୍କ ମଧ୍ୟରେ
ସଂଘର୍ଷରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ ଜଣ ଆହତ ହୋଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version