ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଡ଼ିସେମ୍ବର ୧୫(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ଖାଲି ଥିବା ଡାକ୍ତର ପଦବି ପୂରଣ ପାଇଁ ସରକାର ଗୁରୁବାର ୧୯୭ ଜଣ ଡ଼ାକ୍ତରଙ୍କୁ ଆଡ୍ହକ୍ ନିଯୁକ୍ତି ପ୍ରଦାନ କରିଛନ୍ତି ।
ଏମାନଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରେ ୧୪ ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଥିବା ବେଳେ
ବାଲେଶ୍ୱରରେ ଜଣେ , ବରଗଡ ୬ ଜଣ, ଭଦ୍ରକ ୮ ଜଣ , ବଲାଙ୍ଗିର ୨ ଜଣ, ବୌଦ୍ଧ ୪ ଜଣ ,
କଟକରେ ୬ ଜଣଙ୍କୁ ନିଯୁକ୍ତି ଦିଆଯାଇଛି ।
ସେହିପରି ଦେବଗଡ ଜିଲ୍ଲାରେ ଜଣଙ୍କୁ , ଢେଙ୍କାନାଳରେ ୭ ଜଣ, ଗଜପତିରେ ୨ ଜଣ, ଗଞ୍ଜାମରେ
୭ ଜଣ, ଜଗତସିଂହପୁରରେ ୬ ଜଣ, ଯାଜପୁରରେ ୧୧ ଜଣ , ଝାରସୁଗୁଡାରେ ଜଣ, କଳାହାଣ୍ଡି
ଜିଲ୍ଲାରେ ୨ ଜଣଙ୍କୁ ନିଯୁକ୍ତି ଦିଆଯାଇଛି ।
କନ୍ଧମାଳ ଜିଲ୍ଲାରେ ୧୬ ଜଣଙ୍କୁ , କେନ୍ଦ୍ରାପଡା ୨୩ ଜଣଙ୍କୁ , କେନ୍ଦୁଝର ୮ ଜଣଙ୍କୁ , ଖୋର୍ଦ୍ଧା ୨
ଜଣଙ୍କୁ , କୋରାପୁଟ ୬ ଜଣଙ୍କୁ , ମାଲକାନଗିରି ୬ ଜଣଙ୍କୁ, ମୟୁରଭଞ୍ଜ ୭ ଜଣଙ୍କୁ , ନବରଙ୍ଗପୁର
୨୦ ଜଣଙ୍କୁ , ନୟାଗଡ ୮ ଜଣଙ୍କୁ ,ନୂଆପଡା ୨ ଜଣଙ୍କୁ ଏବଂ ପୁରୀ ଜିଲ୍ଲାରେ ୪ ଜଣଙ୍କୁ ନିଯୁକ୍ତି
ଦିଆଯାଇଛି ।
ରାୟଗଡାରେ ୫ ଜଣଙ୍କୁ , ସମ୍ବଲପୁରରେ ୫ ଜଣଙ୍କୁ , ସୋନପୁରରେ ଜଣଙ୍କୁ ଏବଂ ସୁନ୍ଦରଗଡ
ଜିଲ୍ଲାରେ ୬ ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି |
ଆସନ୍ତା ୭ଦିନ ମଧ୍ୟରେ ଏହି ଡ଼ାକ୍ତରମାନେ ନିଜ ନିଜର ନିଯୁକ୍ତି ସ୍ଥାନରେ କାର୍ଯ୍ୟରେ ଯୋଗ ଦେବାକୁ କୁହାଯାଇଛି ।
ଓଡ଼ିଶା ଡ଼ଟ୍ କମ୍