Site icon Odisha.com

ଆନ୍ଦୋଳନକାରୀଙ୍କ ଉପରେ ଆକ୍ରମଣ ପ୍ରତିବାଦରେ ସମାବେଶ

ଜଗତସିଂହପୁର, ଡ଼ିସେମ୍ବର ୧୫(ଓଡ଼ିଶା ଡ଼ଟ୍ କମ୍) ଶାନ୍ତିପୂର୍ଣ୍ଣ ଭାବରେ ଆନ୍ଦୋଳନ ଚଳାଇଥିବା ଲୋକଙ୍କ ଉପରେ ହୋଇଥିବା ଆକ୍ରମଣ ପ୍ରତିବାଦରେ ପୋସ୍କୋ ପ୍ରତିରୋଧ ସଂଗ୍ରାମ ସମିତି ପକ୍ଷରୁ ଗୁରୁବାର ମହାସମାବେଶର ଆୟୋଜନ କରାଯାଇଛି ।

ଢିଙ୍କିଆ ପଞ୍ଚାୟତର ପାଟଣା ଗ୍ରାମରେ ଅନୁଷ୍ଠିତ ଏହି ସମାବେଶରେ ବିଜେପି, ସିପିଆଇ, କଂଗ୍ରେସ ଦଳର ନେତାମାନେ ଯୋଗେଇ ପୋସ୍କୋ ପ୍ରକଳ୍ପ ବିରୋଧରେ ଆନ୍ଦୋଳନ ଜାରି ରଖିବାକୁ କହିଛନ୍ତି ।

ଗତକାଲି ହୋଇଥିବା ସଂଘର୍ଷ ଏବଂ ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ସେମାନେ ଇଡ଼୍କୋ କର୍ତୃପକ୍ଷ ଏବଂ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି ।

ସଂପୃକ୍ତ ଅଞ୍ଚଳରୁ ଏହି ପ୍ରକଳ୍ପ ସ୍ଥାନାନ୍ତର ନହେବା ପର୍ଯ୍ୟନ୍ତ ହିଂସା ଥମିବ ନାହିଁ । ସରକାର ଇଡ଼୍କୋ ମାଧ୍ୟମରେ ଢିଙ୍କିଆ ଏବଂ ଗୋବିନ୍ଦପୁର ସମେତ ଚାରୋଟି ପଞ୍ଚାୟତର ଗରିବ ଲୋକଙ୍କ ଜମି ଅଧିଗ୍ରହଣ କରିବାକୁ ଚାହୁଁଛନ୍ତି, ସମାବେଶରେ ଯୋଗଦେଇ ବିଜେପି ବିଧାୟକ କରେନ୍ଦ୍ର ମାଝୀ କହିଛନ୍ତି ।

ରାସ୍ତା ନିର୍ମାଣ କରିବା ପାଇଁ ସେମାନଙ୍କୁ ଏହି ଅଂଚଳକୁ ଆସିବାକୁ ଦିଆଯିବ ନାହିଁ ବୋଲି ସଂଗ୍ରାମ ସମିତି ସଂପାଦକ ଶିଶିର ମହାପାତ୍ର କହିଛନ୍ତି ।

ବିଜେପି ନେତା ନୟନ ମହାନ୍ତି, ଶ୍ରୀକାନ୍ତ ବ୍ରହ୍ମା, ଉପନ୍ଦ୍ରେ ବେହେରା, କଂଗ୍ରେସ ବିଧାୟକ ଦେବରାଜ
ଚାନ୍ଦ, ରାମକୃଷ୍ଣ କାଡ଼ାମ, ଦୁଷ୍ମନ୍ତ ନାୟକ, ସିପିଆଇ ନେତା ନାରାୟଣ ରେଡ୍ଡି ପ୍ରମୁଖ ସମାବେଶରେ ଯୋଗ ଦେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version