Site icon Odisha.com

ଡ଼ମ୍ପରକୁ ଧକ୍କା ଦେଲା ଟ୍ରେନ୍, ଡ଼୍ରାଇଭର ଗୁରୁତର

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କେନ୍ଦୁଝର. ଡ଼ିସେମ୍ବର ୧୫(ଓଡ଼ିଶା ଡ଼ଟ୍ କମ୍) କେନ୍ଦୁଝର ଜିଲ୍ଲାର ଏକ ସ୍ଥାନରେ ଗୁରୁବାର
କେନ୍ଦୁଝର-ଭୁବନେଶ୍ୱର ଇଂଟରସିଟି ଏକ୍ସପ୍ରେସ ଡ଼ମ୍ପରକୁ ଧକ୍କା ଦେଇଥିବା ବେଳେ ଏଥିରେ ଡ଼ମ୍ପର
ଡ଼୍ରାଇଭର ଗୁରୁତର ଆହତ ହୋଇଛନ୍ତି ।

ବାଘୁଆପାଳ ନିକଟସ୍ଥ ରଣାମୁଣ୍ଡି ଠାରେ ଥିବା ଲେଭଳକ୍ରସିଂ ଠାରେ ଟ୍ରେନଟି ଡ଼ମ୍ପରକୁ ଧକ୍କା ଦେଇଛି । ଦୁର୍ଘଟଣାରେ ଟ୍ରେନ୍ର ଇଂଜିନ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଡ଼ମ୍ପରଟି ଭାଙ୍ଗି ନଷ୍ଟ ହୋଇଯାଇଛି ।

ଗୁରୁତର ଆହତ ଡ଼୍ରାଇଭରଙ୍କୁ ସ୍ଥାନୀୟ ଡ଼ାକ୍ତରଖାନାରେ ଭର୍ତି କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version