Site icon Odisha.com

ଆର୍ଏସ୍ପିକୁ ଜାତୀୟ ଶକ୍ତି ସଂରକ୍ଷଣ ପୁରସ୍କାର

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ରାଉରକେଲା, ଡ଼ିସେମ୍ବର ୧୬(ଓଡ଼ିଶା ଡ଼ଟ୍ କମ୍) ସମନ୍ୱିତ ଇସ୍ପାତ କାରଖାନା ବର୍ଗରୁ ଉଲ୍ଲେଖନୀୟ ଶକ୍ତି ପରିଚାଳନା ପାଇଁ ରାଉରକେଲା ଇସ୍ପାତ କାରଖାନା ଜାତୀୟ ଶକ୍ତି ସଂରକ୍ଷଣ ପୁରସ୍କାରରେଦ୍ୱିତୀୟ ପୁରସ୍କାର ଲାଭ କରିଛି ।

ଗତ ୧୪ ତାରିଖରେ ନୂଆଦିଲ୍ଲୀ ଠାରେ ଶକ୍ତି ସଂରକ୍ଷଣ ଦିବସ ଅବସରରେ ବ୍ୟୁରୋ ଅଫ୍ ଏନର୍ଜି  ଏଫିସିଏନ୍ସି ପକ୍ଷରୁ କେନ୍ଦ୍ର ଶକ୍ତିମନ୍ତ୍ରୀ ସୁଶୀଲ କୁମାର ସିନେ୍ଧ ଏହି ପୁରସ୍କାର ପ୍ରଦାନ କରିଛନ୍ତି ।

ଇସ୍ପାତ କାରଖାନା ଏହାର ଯୋଜନାବଦ୍ଧ ପ୍ରୟାସ ଦ୍ୱାରାଶକ୍ତି କ୍ଷେତ୍ରରେ ନିଜର ଦକ୍ଷତା ଆହୁରି ଅଭିବୃଦ୍ଧି କରିବ ବୋଲି କାରଖାନାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜିଏସ୍ ପ୍ରସାଦ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version