Site icon Odisha.com

ଗହଣା ଦୋକାନରେ ଡ଼କାୟତି,ଗୁଳିମାଡ଼

ଓଡ଼ିଶା ଡ଼ଟ୍ କମ୍:ଶାନ୍ତନୁ ବିଶ୍ୱାଳ

ବରଗଡ଼,ଡ଼ିସେମ୍ବର୧୬(ଓଡ଼ିଶା ଡ଼ଟ୍ କମ୍) ପାଇକମାଳ ଥାନାଠାରୁ ମାତ୍ର ୩୦୦ମିଟର ଦୂରରେ ଥିବା ସାଗର ଜୁଏଲାରୀ ରେ ଶୁକ୍ରବାର ସଶସ୍ତ୍ର ଡ଼କାୟତି ହୋଇଥିବା ପୋଲିସ କହିଛି ।

ରାତି ୭ଟା୩୦ରେ ପ୍ରାୟ ସାତଜଣ ପିସ୍ତଲଧାରୀ, ମୁଖାପିନ୍ଧା ଡ଼କାୟତ ଗହଣା ଦୋକାନ ଭିତରେ ପଶି ଦୋକାନ ମାଲିକଙ୍କ କାନରେ ପିସ୍ତଲ ରଖି ସମସ୍ତ ସୁନା ରୁପା ଗହଣା ଲୁଟି ଥିଲେ । ।

ଡ଼କାୟତମାନେ ୩ଟି ମୋଟର ସାଇକେଲରେ ଆସିଥିଲେ । ସେମାନଙ୍କ ମଧ୍ୟରୁ ତିନିଜଣ ଦୋକାନ ଭିତରକୁ ପଶିଥିବାବେଳେ ଅନ୍ୟଦୁଇଜଣ ଦୋକାନ ବାହାରେ ସଟର ବନ୍ଦ କରି ଜଗି ରହିଥିଲେ ।

ଘଟଣାସ୍ଥଳରେ ତିନିଟି ଫୁଟା ପିସ୍ତଲ ଗୁଳିର ଖାଲି ଖୋଳ ପଡ଼ିଥିବା ଗ୍ରାମବାସୀମାନେ କହିଛନ୍ତି । ପାଇକମାଳ ଥାନା ଅଞ୍ଚଳ ଏବେ ମାଓବାଦୀ ପ୍ରବଣ ଇଲାକା ହୋଇଥିବା ଯୋଗୁଁ ସଶସ୍ତ୍ର ପୋଲିସ ବ୍ୟାପକ ସଂଖ୍ୟାରେ ରହିଛନ୍ତି ।

ପୋଲିସ ପକ୍ଷରୁ ଚବିଶି ଘଣ୍ଟିଆ ସତର୍କତା ସତ୍ୱେ ଡ଼କାୟତି ହେବା ନେଇ ପୋଲିସର କାର୍ଯ୍ୟ ପ୍ରଣାଳୀ ନେଇ ସନ୍ଦେହ ପ୍ରକାଶ ପାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version