ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ
ଭଦ୍ରକ, ଡ଼ିସେମ୍ବର ୧୬(ଓଡ଼ିଶା ଡ଼ଟ୍ କମ୍) ଭଦ୍ରକ ଜିଲ୍ଲାରେ ଶୁକ୍ରବାର ଏକ ଦନ୍ତାହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ବୃଦ୍ଧା ଗୁରୁତର ଆହତ ହୋଇଛନ୍ତି ।
ଭୋର ସମୟରେ ବନ୍ଧଗାଁ ପଂଚାୟତର ପାଂଚପଡ଼ା ଗ୍ରାମର ଜାଡି ଭୂୟାଁ, ୬୫ ଘର କବାଟ ଖୋଲିବାକୁ ଯାଇଥିବା ବେଳେ ନ୍ତାହାତୀଟି ତାଙ୍କୁ ଆକ୍ରମଣ କରିଥିଲା ।
ଏହି ଘଟଣା ପରେ ଲୋକମାନେ ହାତୀକୁ ଗୋଡାଇବା ପରେ ସେ ଏକ ଫାର୍ମହାଉସରେ ପଶିଯାଇଥିଲା ଏବଂ ନିକଟସ୍ଥ ବିଲରେ କାମ କରୁଥିବା ମନୋରଂଜନ ନାମକ ବ୍ୟକ୍ତିଙ୍କୁ ଆକ୍ରମଣ କରିଥିଲା ।
ଗୁରୁତର ଅବସ୍ଥାରେ ତାଙ୍କୁ ଭଦ୍ରକ ଡାକ୍ତରଖାନା ଓ ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା । ହାତୀର ଆକ୍ରମଣରେ ଜଣେ କନେଷ୍ଟବଲଙ୍କ ମୋଟର ସାଇକେଲ ମଧ୍ୟ ନଷ୍ଟ ହୋଇଛି ।
ବାଣ ଫୁଟାଇ ଓ ନିଅାଁ ଲଗାଇ ହାତୀକୁ ଘଉଡ଼ାଇବା ପାଇଁ ଉଦ୍ୟମ ଜାରି ରହିଛି ଏବଂ ରାତି ସୁଦ୍ଧା ତାକୁ ହଗଡ ଜଙ୍ଗଲକୁ ଘଉଡାଇ ଦିଆଯିବ ବୋଲି ଡିଏଫ୍ଓ ତ୍ରିଲୋଚନ ବେତା କହିଛନ୍ତି ।
ଗତ ୨୦୦୯ରେ ହାତୀ ଆକ୍ରମଣରେ କାଣ୍ଡବା ଗ୍ରାମର ଦୁଇଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା ଏବଂ
ଦୁଇଜଣ ଗୁରୁତର ଆହତ ହୋଇଥିଲେ ।
ଓଡ଼ିଶା ଡ଼ଟ୍ କମ୍