Site icon Odisha.com

ମୋଟରସାଇକେଲ ଡ଼ିକିରୁ ୨୫କଇଁଛ ଜବତ,ଜଣେ ଗିରଫ

ଓଡ଼ିଶା ଡ଼ଟ୍ କମ୍:ଆଶିଷ ସେନାପତି

କେନ୍ଦ୍ରାପଡ଼ା,ଡ଼ିସେମ୍ବର୧୬(ଓଡ଼ିଶା ଡ଼ଟ୍ କମ୍) କେନ୍ଦ୍ରାପଡ଼ା ଜିଲ୍ଲାରେ ଜଙ୍ଗଲ ବିଭାଗ ଅଧିକାରୀମାନେ ବେଆଇନ ଭାବେ ଚାଲାଣ ହେଉଥିବା ବେଳେ ପଚିଶିଟି କଇଁଛ ଜବତ କରିବା ସହ ଜଣେ ବ୍ୟକ୍ତିକୁ ଗିରଫ କରିଥିବା ପୋଲିସ କହିଛି ।

ସମୁଦ୍ର କୂଳିଆ ଗ୍ରାମ ରାମଚଣ୍ଡିରୁ ଏହି ଅଧିକାରୀମାନେ ଏକ ମୋଟରସାଇକେଲ ଡ଼ିକିରୁ ଗୋଟିଏ ଅଖାବସ୍ତାରେ ଭର୍ତି ହୋଇଥିବା କଇଁଛ ଗୁଡ଼ିକୁ ଜବତ କରିଛନ୍ତି ।

ବନ୍ୟଜନ୍ତୁ ସଂରକ୍ଷଣ ଆଇନ ଅନୁଯାୟୀ ସଂପୃକ୍ତ ବ୍ୟକ୍ତିକୁ ଗିରଫ କରିବା ସହ ମୋଟରସାଇକେଲ କୁ ଜବତ କରାଯାଇଥିବା ଜଣେ ଅଧିକାରୀ କହିଛନ୍ତି ।

ଏଠାରେ ଉଲେଖଯୋଗ୍ୟ ଯେ,ବନ୍ୟଜନ୍ତୁ ସଂରକ୍ଷଣ ଆଇନ ଅନୁଯାୟୀ କଇଁଛ ଧରିବା ବା ରଖିବା ଏକ ଧର୍ତବ୍ୟ ଅପରାଧ ।

ଓଡ଼ିଶା ଡ଼ଟ୍ କମ୍

Exit mobile version