Site icon Odisha.com

ଇଡ଼୍କୋ ଅଧ୍ୟକ୍ଷ ପ୍ରିୟବ୍ରତ ପଟ୍ଟନାୟକଙ୍କ ବଦଳି

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଡ଼ିସେମ୍ବର ୧୬(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟ ସରକାର ଶୁକ୍ରବାର ଇଡ଼୍କୋ ଅଧ୍ୟକ୍ଷ ତଥା
ପରିଚାଳନା ନିର୍ଦ୍ଦେଶକ ପ୍ରିୟବ୍ରତ ପଟ୍ଟନାୟକଙ୍କ ବଦଳି କରିଛନ୍ତି ।

୧୯୭୬ ବ୍ୟାଚ୍ର ଆଇଏଏସ୍ ପଟ୍ଟନାୟକଙ୍କୁ ପେନ୍ସନ୍ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର
ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ବଦଳି କରାଯାଇଛି ।

ସେହିପରି ୧୯୮୯ ବ୍ୟାଚ୍ର ଆଇଏଏସ୍ ଅଫିସର ପ୍ରଦୀପ ଜେନାଙ୍କୁ ଇଡ଼୍କୋ ଅଧ୍ୟକ୍ଷ ଭାବେ ଅତିରିକ୍ତ
ଦାୟିତ୍ୱ ଦିଆଯାଇଛି । ଜେନା ବର୍ତମାନ ପଂଚାୟତିରାଜ ବିଭାଗର କମିଶନର ତଥା ଶାସନ ସଚିବ
ଭାବେ କାର୍ଯ୍ୟ କରୁଛନ୍ତି ।

ଗତ ବୁଧବାର ପୋସ୍କୋ ପ୍ରସ୍ତାବିତ ଅଂଚଳରେ ହୋଇଥିବା ହିଂସାକାଣ୍ଡ ଏବଂ ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ବିରୋଧୀ ଦଳ ଗୁଡ଼ିକ ଇଡ଼୍କୋ କର୍ତୃପକ୍ଷଙ୍କୁ ଦାୟୀ କରିବା ପରେ ସରକାର ପଟ୍ଟନାୟକଙ୍କୁ ଏହି ପରୁ ହଟାଇ ଦେଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version