Site icon Odisha.com

ପଞ୍ଚାୟତ ନିର୍ବାଚନ: ଭୋଟିଂମେସିନ୍ ବଦଳରେ ବ୍ୟାଲେଟ ପେପର

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡ଼ିସେମ୍ବର ୧୭(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ହେବାକୁଥିବା ପଞ୍ଚାୟତ ନିର୍ବାଚନରେ ଇଲେକ୍ଟ୍ରୋନିକ୍ସ ଭୋଟିଂ ମେସିନ ବଦଳରେ ବ୍ୟାଲେଟ ପେପର ବ୍ୟବହାର କରିବାକୁ ରାଜ୍ୟ ନିର୍ବାଚନ କମିଶନ ନିଷ୍ପତି ନେଇଛନ୍ତି ।

ଭୋଟରମାନେ ବ୍ୟାଲେଟ ପେପରରେ ମୋହର ମାରି ଭୋଟ୍ ବାକ୍ସରେ ପକାଇବେ ବୋଲି ଶୁକ୍ରବାର ଅନୁଷ୍ଠିତ ଏକ ସର୍ବଦଳୀୟ ବୈଠକରେ ନିର୍ବାଚନ କମିଶନ ପକ୍ଷରୁ କୁହାଯାଇଛି ।

ସେହିପରି ପ୍ରାର୍ଥୀ ମାନଙ୍କ ନିର୍ବାଚନ ଖର୍ଚ୍ଚ ଦୁଇ ଗୁଣ ବୃଦ୍ଧି କରାଯାଇଥିବା ବେଳେ ଜାତି ପ୍ରମାଣପତ୍ର ଦାଖଲ କରିବା ବାଧ୍ୟତାମୂଳକ ବୋଲି କୁହାଯାଇଛି ।

ୱାର୍ଡମେମ୍ବରଙ୍କ ପାଇଁ ନାରଙ୍ଗି, ସରପଞ୍ଚଙ୍କ ପାଇଁ ସବୁଜ, ସମିତିସଭ୍ୟଙ୍କ ପାଇଁ ହଳଦିଆ ଓ ଜିଲ୍ଲା ପରିଷଦ ସଭ୍ୟଙ୍କ ପାଇଁ ଧଳା ରଙ୍ଗର ବ୍ୟାଲେଟ ପେପର କରାଯିବ ।

ନିର୍ବାଚନରେ ୫୦ ପ୍ରତିଶତ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିବ । ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀମାନେ ୩୦ ହଜାର ଟଙ୍କା, ଜିଲ୍ଲା ପରିଷଦ ସଭ୍ୟ ପ୍ରାର୍ଥୀମାନେ ୬୦ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ ।

ନିର୍ବାଚନ ପରେ ପ୍ରାର୍ଥୀମାନେ ଖର୍ଚ୍ଚର ବିବରଣୀ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରିବାକୁ କୁହାଯାଇଛି ।

ସେହିପରି ନିର୍ବାଚନ ପ୍ରଚାରରେ ସରପଞ୍ଚ ଏବଂ ସମିତିସଭ୍ୟ ପ୍ରାର୍ଥୀମାନେ ଗୋଟିଏ ଚାରି ଚକିଆ ଯାନ ଓଦୁଇଟି ମଟରସାଇକେଲ, ଜିଲ୍ଲାପରିଷଦ ସଭ୍ୟ ମାନଙ୍କୁଦୁଇଟି ଚାରି ଚକିଆ ଯାନ ଓ ଚାରୋଟି ମଟରସାଇକେଲ ବ୍ୟବହାର କରିବାକୁ ଅନୁମତି ଦିଆଯାଇଛି ।

ଏହି ବୈଠକରେ ବିଜେପି, କଂଗ୍ରେସ, ବିଜେଡି, ସିିପିଆଇ, ସିିପିଏମ,ଏନ୍ସିପି ଓ ଅନ୍ୟ ଦଳର ପ୍ରତିନିଧିମାନେ ଯୋଗଦେଇ ବିଭିନ୍ନ ପରାମର୍ଶ ଦେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version