Site icon Odisha.com

ଅବସରପ୍ରାପ୍ତ ଆଇପିଏସ୍ ଙ୍କୁ ତିନି ବର୍ଷ ଜେଲ ଦଣ୍ଡାଦେଶ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ଡ଼ିସେମ୍ବର ୧୭(ଓଡ଼ିଶା ଡ଼ଟ୍ କମ୍) ଆୟବର୍ହିଭୂତ ସଂପତି ଠୁଳ ଅଭିଯୋଗରେ ଶନିବାର ସ୍ଥାନୀୟ ଏକ ଅଦାଲତ ଜଣେ ଅବସରପ୍ରାପ୍ତ ଆଇପିଏସ୍ ଅଧିକାରୀଙ୍କୁ ତିନି ବର୍ଷ ଜେଲ ଦଣ୍ଡାଦେଶ କରିଛନ୍ତି ।

ହୋମଗାର୍ଡ଼ ଏବଂ ଅଗ୍ନିଶମ ବିଭାଗରେ କାର୍ଯ୍ୟକରୁଥିବା ବୈଦ୍ୟନାଥ ଜେନାଙ୍କୁ କଟକ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ବିଚାରପତି ଏବିଏସ୍ ନାଇଡ଼ୁ ଜେନାଙ୍କୁ ଦୋଷୀ ସାବ୍ୟସ୍ତ କରି ଏହି ଦଣ୍ଡାଦେଶ ସହ ଦୁଇ ଲକ୍ଷ ଟଙ୍କା ଜରିମାନା ଆଦେଶ କରିଛନ୍ତି ।

ଜରିମାନା ଅନାଦେୟ ଆଉ ଦୁଇ ମାସ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଅଦାଲତ ଦର୍ଶାଇଛନ୍ତି ।

୧୯୯୦ରେ ଜେନାଙ୍କ ବିରୁଦ୍ଧରେ ଆୟ ବର୍ହିଭୂତ ସଂପତି ଠୁଳ ଅଭିଯୋଗ ହୋଇଥିଲା ଏବଂ ପରେ ସେହିବର୍ଷ ଭିଜିଲାନ୍ସ ପକ୍ଷରୁ ତାଙ୍କ ବାସଭବନ ଉପରେ ଚଢାଉ କରାଯାଇଥିଲା ।

ଚଢାଉ ସମୟରେ ଅଧିକାରୀମାନେ ତାଙ୍କ ଠାରୁ ୩ଲକ୍ଷ ୭୮ ହଜାର ଟଙ୍କାର ସଂପତି ଜବତ କରିଥିଲେ । ସେଥିରୁ ୨ଲକ୍ଷ ୬୨ ହଜାର ଟଙ୍କାର ଆୟବର୍ହିଭୂତ ସଂପତି ଥିବା ଭିଜିଲାନ୍ସ ଜାଣିବାକୁ ପାଇଥିଲା ।

ଓଡ଼ିଶା ପୋଲିସ ସେବାର ଅଧିକାରୀ ଜେନା ୧୯୯୫ରେ ଭାରତୀୟ ପୋଲିସ ସେବାକୁ ପଦୋନ୍ନତି
ପାଇ ୨୦୦୦ରେ ଅବସର ଗ୍ରହଣ କରିଥିଲେ । ତେବେ ଅଦାଲତ ଆଜି ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version