Site icon Odisha.com

ଭଦ୍ରକରେ ‘ମେଡିଏସନ ସେଣ୍ଟର’ ଉଦଘାଟିତ

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ଡ଼ିସେମ୍ବର ୧୭(ଓଡ଼ିଶା ଡ଼ଟ୍ କମ୍) ଭଦ୍ରକ ଜିଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଶନିବାର ଏକ ‘ମେଡିଏସନ ସେଣ୍ଟର’ ଉଦଘାଟିତ ହୋଇଛି ।

ହାଇକୋର୍ଟ ବିଚାରପତି ତଥା ରାଜ୍ୟ ଆଇନସେବା ପ୍ରାଧିକରଣ ବୋର୍ଡର କାର୍ଯ୍ୟକାରୀ ଅଧ୍ୟକ୍ଷ ବିମଳ ପ୍ରସାଦ ଦାସ, ବିଚାରପତି ସୁବାଷ ଚନ୍ଦ୍ର ପରିଜା, ଆଇନ କମିଟି ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ମହାପାତ୍ର ପ୍ରମୁଖ ଆନୁଷ୍ଠାନିକ ଭାବେ ଏହାର ଉଦଘାଟିନ କରିଛନ୍ତି ।

ଉଦଘାଟିନ ପରେ ବିଚାରପତିମାନେ ଏହି ସେଣ୍ଟରରେ ଏକ ଛାଡ଼ପତ୍ର ମୋକଦ୍ଧମାର ଶୁଣାଣି କରି ପତି-ପତ୍ନୀ ସଂଜମ କୁମାର ଘୋଷ ଓ ରମାରାଣୀ ଘୋଷଙ୍କୁ ଏକତ୍ରିତ କରାଇଥିଲେ ।

ଏହି କାର୍ଯ୍ୟକ୍ରମ ଗୁଡ଼ିକର ସଫଳତା ମୋକଦ୍ଧମା ପରିଚାଳନା କରୁଥିବା ଆଇନଜୀବୀଙ୍କ ବିନା ସହାୟତାରେ ସମ୍ଭବ ହେବନାହିଁ ବୋଲି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ବୈଠକରେ ବିଚାରପତିମାନେ ମତବ୍ୟକ୍ତ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version