Site icon Odisha.com

ମାଓବାଦୀଙ୍କ ମୋବାଇଲ ଟାୱାର ପୋଡ଼ି

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବ୍ରହ୍ମପୁର, ଡ଼ିସେମ୍ବର ୧୭(ଓଡ଼ିଶା ଡ଼ଟ୍ କମ୍) ଗଞ୍ଜାମ ଜିଲ୍ଲାରେ ମାଓବାଦୀମାନେ ପାଂଚଟି ମୋବାଇଲ ଟାୱାର ପୋଡ଼ି ଦେଇଥିବା ପୋଲିସ ଶନିବାର କହିଛି ।

ଶୁକ୍ରବାର ବିଳମ୍ବିତ ରାତିରେ ସେମାନେ ସୋରଡ଼ା ଥାନା ଅନ୍ତର୍ଗତ ଅସୁରବନ୍ଧ ଠାରେ ତିନୋଟି ଏବଂ ଗାଜରବାଡ଼ିରେ ଦୁଇଟି ମୋବାଇଲ ଟାୱାର ପୋଡ଼ି ଦେଇଛନ୍ତି ।

କୀଶନ୍ଜୀଙ୍କ ହତ୍ୟା ପ୍ରତିବାଦରେ ଏଭଳି କରାଯାଇଥିବା ଉଲ୍ଲେଖ କରି ମାଓବାଦୀମାନେ ସଂପୃକ୍ତ ଅଂଚଳରେ ପୋଷ୍ଟର ଲଗାଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version