Site icon Odisha.com

କୂଅରେ ପଡ଼ି ତିନି ଜଣଙ୍କ ମୃତ୍ୟୁ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ପୁରୀ, ଡ଼ିସେମ୍ବର ୧୭(ଓଡ଼ିଶା ଡ଼ଟ୍ କମ୍) ପୁରୀ ସହରରେ ଏକ କୂଅରେ ପଡ଼ି ଶନିବାର ତିନି ଜଣଙ୍କ ମୃତ୍ୟୁ ହୋଇଥିବା ପୋଲିସ କହିଛି ।

ହେରାଗୋହିରୀ ସାହିର ସଂଜୟ ସିଂହଙ୍କ ଘର ପଛପଟେ ଥିବା କୂଅରୁ ଅଗ୍ନିଶମ ବିଭାଗ ଅଧିକାରୀମାନେ ସଂଜୟଙ୍କ ପତ୍ନୀ ମଧୁସ୍ମିତା, ତାଙ୍କ ପୁଅ ସିପୁନ ଏବଂ ଭାଣଜୀ ଶ୍ୱେତାପ୍ମାଙ୍କ ଶବ ଉଦ୍ଧାର କରିଛନ୍ତି ।

ସଂଜୟ ଗତ କିଛିଦିନହେଲା ଭୁବନେଶ୍ୱରର ଏକ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version