Site icon Odisha.com

ସାମ୍ବାଦିକ ସୁଭାଷ ପଟ୍ଟନାୟକଙ୍କ ମାତୃ ବିୟୋଗ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଡ଼ିସେମ୍ବର ୧୬(ଓଡ଼ିଶା ଡ଼ଟ୍ କମ୍) ବରିଷ୍ଠ ସାମ୍ବାଦିକ ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କ ଜନ୍ମାତ୍ରୀ ତିଗିରିଆର ଆଶାରାଣୀ ପଟ୍ଟନାୟକଙ୍କ ପରଲୋକ ହୋଇଯାଇଛି ।

ଗତ ୧୬ ତାରିଖ ସଂଧ୍ୟାରେ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ୍ ହସ୍ପିଟାଲରେ ସେ ପ୍ରାଣତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା ।

ଆଶାରାଣୀଙ୍କ ଶେଷଶଯ୍ୟା ନିକଟରେ ତାଙ୍କର ପୁଅ, ଝିଅ, ଜ୍ୱାଇଁଙ୍କ ସମେତ ନାତୀ ନାତୁଣୀ ସମସ୍ତେ ଡ଼ାକ୍ତରଖାନାରେ ଉପସ୍ଥିତ ଥିଲେ । ବାଇଶି ବର୍ଷ ତଳେ ସ୍ୱାମୀ ନିଶାନାଥଙ୍କ ଚିତାଗ୍ନି ଜଳିଥିବା
ସ୍ୱର୍ଗଦ୍ୱାରରେ ବଡ଼ପୁଅ ସୁଭାଷ ତାଙ୍କୁ ମୁଖାଗ୍ନି ଦେଇଥିଲେ ।

ୟ୍ରା୍ରତା ଓ ବନ୍ଧୁବତ୍ସଳତା ପାଇଁ ଶ୍ରଦ୍ଧା ଓ ସମ୍ମାନର ଅଧିକାରିଣୀ ଆଶାରାଣୀ ଥିଲେ ତିଗିରିଆର ପୁଣ୍ୟଶ୍ଲୋକ ଜଗବନ୍ଧୁ ରାଉତରାୟ ପଟ୍ଟନାୟକଙ୍କ ଶେଷ ପୁତ୍ରବଧୂ । ତାଙ୍କ ତିରୋଧାନରେ ବହୁ ବ୍ୟକ୍ତି ମର୍ମାହତ ।

ଓଡ଼ିଶା ଡ଼ଟ୍ କମ୍

Exit mobile version