Site icon Odisha.com

ଧନୁଯାତ୍ରା ପୂର୍ବରୁ କଂସ ମହାରାଜଙ୍କ ମହାପ୍ରଭୁ ଦର୍ଶନ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ପୁରୀ, ଡ଼ିସେମ୍ବର ୧୯(ଓଡ଼ିଶା ଡ଼ଟ୍ କମ୍) ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ପୂର୍ବରୁ ମହାରାଜ କଂସ ପୁରୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନକରି ଆଜ୍ଞାମାଳ ନେଇଛନ୍ତି ।

କଂସ ଭୂମିକାରେ ଅଭିନୟ କରୁଥିବା ହୃଷୀକେଶ ଭୋଇ ଅନ୍ୟ କଳାକାରଙ୍କ ସହ ରବିବାର ଶ୍ରୀମନ୍ଦିରରେ ପହଞ୍ଚି ଯାତ୍ରାର ସଫଳତା କାମନା କରିଛନ୍ତି ।

“ଯାତ୍ରା ସମୟରେ ମହାପ୍ରଭୁଙ୍କ ଅନ୍ୟରୂପ ଶ୍ରୀକୃଷ୍ଣଙ୍କୁ ଅସମ୍ମାନ କରିବା ସହ ତାଙ୍କୁ ବଧ କରିବା ପାଇଁ ଯୋଜନା କରିବି, ତେଣୁ ଏହି ମହାପାପ କରିବା ପୂର୍ବରୁ ମହାପ୍ରଭୁଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିବାକୁ ଆସିଛି” ଭୋଇ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି ।

ଆସନ୍ତା ୩୦ ତାରିଖରୁ ଆରମ୍ଭ ହେଉଥିବା ବରଗଡ ଧନୁଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହିଯାତ୍ରା ୧୧ଦିନ ଧରି ଅନୁଷ୍ଠିତ ହେବ ।

ଚଳିତ ବର୍ଷ ଚତୁର୍ଥ ଥର ପାଇଁ ହୃଷିକେଶ ଧନୁଯାତ୍ରାର ମୁଖ୍ୟ ଚରିତ୍ର କଂସ ଭୂମିକାରେ ଅଭିନୟ କରୁଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version