Site icon Odisha.com

ବିଷାକ୍ତ ସଲପ ପିଇ ୧ମୃତ, ୫ ଅସୁସ୍ଥ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ରାୟଗଡ଼ା, ଡ଼ିସେମ୍ବର ୧୯(ଓଡ଼ିଶା ଡ଼ଟ୍ କମ୍) ରାୟଗଡ଼ା ଜିଲ୍ଲାରେ ବିଷାକ୍ତ ସଲପ ପିଇ ଜଣଙ୍କ ମୃତ୍ୟୁ ହେବା ସହ ଅନ୍ୟ ପାଂଚ ଜଣ ଅସୁସ୍ଥ ହୋଇଛନ୍ତି ।

କୋଲନରା ବ୍ଲକ ଅନ୍ତର୍ଗତ ବଡ଼ଖିଲାପର ଗ୍ରାମରେ ଏହି ଲୋକମାନେ ଶନିବାର ରାତିରେ ଭୋଜି କରିଥିବା ବେଳେ ଏଥିରେ ସଲପ ପିଇଥିଲେ । ଖାଇସାରିବା ପରେ ଲୋକମାନେ ସେଠାରେ ଥିବା ଖଳାରେ ଶୋଇପଡ଼ିଥିଲେ ଏବଂ ରାତିରେ ସମସ୍ତଙ୍କୁ ଝାଡ଼ାବାନ୍ତି ହୋଇଥିଲା ।

ରବିବାର ସକାଳେ ଗାଁ ଲୋକମାନେ ଏମାନଙ୍କୁ ଦେଖି ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ତେବେ ଡ଼ାକ୍ତରଖାନା ଆସୁଥିବା ବେଳେ ରାସ୍ତାରେ ଜଣଙ୍କ ମୃତ୍ୟୁ ହୋଇଥିଲା ।

ଅସୁସ୍ଥ ଅନ୍ୟ ପାଂଚ ଜଣଙ୍କୁ ଡ଼ାକ୍ତରଖାନାରେ ଭର୍ତି କରାଯାଇଛି । ଏହି ଘଟଣା ପରେ ପୋଲିସ ଓ ବରିଷ୍ଠ ଅଧିକାରୀମାନେ ଡ଼ାକ୍ତରଖାନାରେ ତଦନ୍ତ ଆରମ୍ଭ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version