ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ପୁରୀ, ଡ଼ିସେମ୍ବର ୧୯(ଓଡ଼ିଶା ଡ଼ଟ୍ କମ୍) ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ପୂର୍ବରୁ ମହାରାଜ କଂସ ପୁରୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନକରି ଆଜ୍ଞାମାଳ ନେଇଛନ୍ତି ।
କଂସ ଭୂମିକାରେ ଅଭିନୟ କରୁଥିବା ହୃଷୀକେଶ ଭୋଇ ଅନ୍ୟ କଳାକାରଙ୍କ ସହ ରବିବାର ଶ୍ରୀମନ୍ଦିରରେ ପହଞ୍ଚି ଯାତ୍ରାର ସଫଳତା କାମନା କରିଛନ୍ତି ।
“ଯାତ୍ରା ସମୟରେ ମହାପ୍ରଭୁଙ୍କ ଅନ୍ୟରୂପ ଶ୍ରୀକୃଷ୍ଣଙ୍କୁ ଅସମ୍ମାନ କରିବା ସହ ତାଙ୍କୁ ବଧ କରିବା ପାଇଁ ଯୋଜନା କରିବି, ତେଣୁ ଏହି ମହାପାପ କରିବା ପୂର୍ବରୁ ମହାପ୍ରଭୁଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିବାକୁ ଆସିଛି” ଭୋଇ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି ।
ଆସନ୍ତା ୩୦ ତାରିଖରୁ ଆରମ୍ଭ ହେଉଥିବା ବରଗଡ ଧନୁଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହିଯାତ୍ରା ୧୧ଦିନ ଧରି ଅନୁଷ୍ଠିତ ହେବ ।
ଚଳିତ ବର୍ଷ ଚତୁର୍ଥ ଥର ପାଇଁ ହୃଷିକେଶ ଧନୁଯାତ୍ରାର ମୁଖ୍ୟ ଚରିତ୍ର କଂସ ଭୂମିକାରେ ଅଭିନୟ କରୁଛନ୍ତି ।
ଓଡ଼ିଶା ଡ଼ଟ୍ କମ୍