Site icon Odisha.com

ଧାମରା ବନ୍ଦର ଉ୍ଘାଟନ ନେଇ ସମାଲୋଚନା

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ଡ଼ିସେମ୍ବର ୧୮(ଓଡ଼ିଶା ଡ଼ଟ୍ କମ୍) ଭଦ୍ରକ ଜିଲ୍ଲା ସ୍ଥିତ ଏସିଆ ମହାଶେରଦ୍ୱିତୀୟ ଗଭୀରତମ ଧାମରା ବନ୍ଦର ରବିବାର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରାଉ୍ଘାଟିତ ହୋଇଥିବା ବେଳେ ଏନେଇ ବିରୋଧୀମାନେ ସମାଲୋଚନା କରିଛନ୍ତି ।

ଏହି ବନ୍ଦର ଦୀର୍ଘ ଦେଢ଼ ବର୍ଷ ତଳୁ କାର୍ଯ୍ୟକ୍ଷମ ହୋଇଥିଲେ ମଧ୍ୟ ଲୋକଙ୍କୁ ଭୂଅାଁ ବୁଲାଇବା ପାଇଁ ମୁଖ୍ୟମନ୍ତ୍ରୀ ଆଜି ଏହାର ଉ୍ଘାଟନ କରିଛନ୍ତି ବୋଲି ଉଭୟ ଜିଲ୍ଲା ବିଜେପି ଓ କଂଗ୍ରେସ ପକ୍ଷରୁ କୁହାଯାଇଛି ।

ପଂଚାୟତ ନିର୍ବାଚନ ପୂର୍ବରୁ ଏହି ବନ୍ଦରର ଉ୍ଘାଟନ କରିବା ଅର୍ଥ ଜିଲ୍ଲାବାସୀଙ୍କୁ ଭୂଅାଁ ବୁଲାଇବା ବୋଲି କଂଗ୍ରେସ ଜିଲା ସଭାପତି ବଦ୍ରି ନାରାୟଣ ଧଳ ଏବଂ ଜିଲା ବିଜେପି ସଭାପତି ଅକ୍ଷୟ ସାହୁ ଏକ ପ୍ରେସ ବିବୃତିରେ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ଧାମରା ଠାରେ ଯେଉଁ ବନ୍ଦରକୁ ଉ୍ଘାଟନ କରିଛନ୍ତି ସେହି ଅଂଚଳ ସହ ଜିଲା ସର ମହକୁମାକୁ ଯିବା ଆସିବା ପାଇଁ ଥିବା ରାସ୍ତାର ଅବସ୍ଥା ସଂପର୍କରେ ସେ ଅବଗତ ଅଛନ୍ତି କି ବୋଲି ସେମାନେ ପ୍ରଶ୍ନ କରିଛନ୍ତି ।

ତେବେ ଏହି ବନ୍ଦର କାର୍ଯ୍ୟକ୍ଷମ ଦ୍ୱାରାଓଡ଼ିଶା ଇତିହାସରେ ଆଉ ଏକ ଫର୍ଦ୍ଦ ଯୋଡ଼ି ହୋଇଛି ଏବଂ ପ୍ରତକ୍ଷ୍ୟ ପରୋକ୍ଷ ଭାବରେ ଯୁବକମାନେ ନିଯୁକ୍ତି ପାଇପାରିବେ ବୋଲି ଉ୍ଘାଟନ ଅବସରରେ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

୧୯୯୮-୯୯ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ଏହି ବନ୍ଦର ନିର୍ମାଣ ପାଇଁ ଶିଳାନ୍ୟାଶ କରିଥିଲେ । ସରକାରଙ୍କ ସହ ପ୍ରଥମେ ଇଂଟରନ୍ୟାନାଲ ସି-ପୋର୍ଟ ପ୍ରାଇଭେଟ ଲିମିଟେଡ ଏମଓୟୁ ସ୍ୱାକ୍ଷରିତ କରି ୨୦୦୪ରେ ଜମି ଅଧିଗ୍ରହଣ କାର୍ଯ୍ୟ ଆରମ୍ଭ ହୋଇଥିଲା ।

ପରେ ନିର୍ମାଣ କାର୍ଯ୍ୟରୁ ଆଇଏସ୍ପିଏଲ ଓହରି ଯିବା ପରେ ୨୦୦୭ରେ ଏଲଏଣ୍ଡଟି ଏବଂ ଟାଟାଷ୍ଟିଲ ୫୦ପ୍ରତିଶତ ଲେଖାଏଁ ଅର୍ଥ ବିନିଯୋଗ ପାଇଁ ବୁଝାମଣା ପତ୍ର ସ୍ୱାକ୍ଷର ପରେ ବନ୍ଦର ପ୍ରକଳ୍ପ ନିର୍ମାଣ କାର୍ଯ ଆରମ୍ଭ ହୋଇଥିଲା ।

ଭଦ୍ରକରୁ ଧାମରା ପର୍ଯନ୍ତ ୬୨କିଲୋମିଟର ରେଳପଥ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇ ଚଳିତବର୍ଷ ମଇ ମାସରେ ଏହା କାର୍ଯ୍ୟକ୍ଷମ ହୋଇଥିଲା ।

ଓଡ଼ିଶା ଡ଼ଟ୍ କମ୍

Exit mobile version