• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଜିଲ୍ଲା ଅଲମ୍ପିକ,ଆଥ୍ଲେଟିକ ଆସୋସିଏସନ୍ ମଧ୍ୟରେ ବିବାଦ

December 19, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ଡ଼ିସେମ୍ବର ୧୯(ଓଡ଼ିଶା ଡ଼ଟ୍ କମ୍) ଭଦ୍ରକ ଜିଲ୍ଲା ନେହେରୁ ଷ୍ଟାଡିୟମରେ ଏକ କ୍ରୀଡା ହଷ୍ଟେଲ ନିର୍ମାଣକୁ ନେଇ ଅଲମ୍ପିକ ଏବଂ ଆଥଲେଟିକ୍ ଆସୋସିଏସନ୍ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି ।

ତେବେ ଏହାକୁ ନେଇ ଅଧିକ ବାଦାନୁବାଦ ସୃଷ୍ଟି ହେବା ଉଚିତ ନୁହେଁ ବୋଲି ଜିଲ୍ଲା ଅଲମ୍ପିକ ସଂଘ ସାଧାରଣ ସଂପାଦକ ଲକ୍ଷ୍ମୀ ମହାପାତ୍ର ଏକ ପ୍ରେସ ବିବୃତିରେ କହିଛନ୍ତି ।

ଉକ୍ତ ଷ୍ଟାଡିୟମର ଜାଗାକୁ କ୍ରୀଡା ବିଭାଗକୁ ହସ୍ତାନ୍ତର କରିବା ପାଇଁ ଉକ୍ତ ବିଭାଗ ଗଣଶିକ୍ଷା ବିଭାଗକୁ ପତ୍ର ଲେଖିଥିବା ସେ କହିଛନ୍ତି ।

ଜିଲାସ୍ତରରେ କ୍ରୀଡାକୁ ପ୍ରୋତ୍ସାହନ ବୋପାଇଁ ୨୦୦୦ରେ ଜିଲ୍ଲା ଅଲମ୍ପିକ ସଂଘକୁ ପଂଜିକୃତ କରି ନେହେୁରୁ ଷ୍ଟାଡିୟମ ଠାରେ ସମସ୍ତ ଖେଳକୁର ପ୍ରସାରଣ ପାଇଁ ଉଦ୍ୟମ ଆରମ୍ଭ କରାଯାଇଥିଲା ।

ତେବେ ୨୦୦୪ରେ କର୍ମଚାରୀଙ୍କ ମଧ୍ୟରେ ବୁଝାମଣା ଠିକ୍ ନହେବା ଯୋଗୁଁ ସରକାରଙ୍କ ଠାରୁ ମିଳିବାକୁ ଥିବା ଅନୁଦାନ ବନ୍ଦ ହୋଇଯାଇଥିଲା ଏବଂ ନେହେରୁ ଷ୍ଟାଡିୟମର ବିକାଶ ପାଇଁ ଆସିଥିବା ଅନୁଦାନ ୧୧ଲକ୍ଷ ଟଙ୍କା ଅନୁଦାନ କେନ୍ଦ୍ର ସରକାର ଇତିମଧ୍ୟରେ ବନ୍ଦ କରିଦେଇଛନ୍ତି ।

ଓଡ଼ିଶା ଅଲମ୍ପିକ ଆସୋସିଏସନ ଜିଲ୍ଲା ସଂଘକୁ ସ୍ୱୀକୃୃତି ଦେଇନଥିବାରୁ ରାଜ୍ୟ ସରକାର ପ୍ରଦାନ କରୁଥିବା ମଧ୍ୟ ବନ୍ଦ କରିଦେଇଛନ୍ତି । ତେବେ ଜିଲା ଅଲମ୍ପିକ ଆସୋସିଏସନ ନାମରେ ଯଦି କେହି ପ୍ରତିଯୋଗିତା ପାଇଁ ଆର୍ଥିକ ଅନୁଦାନ ମାଗୁଥାନ୍ତି ସେମାନଙ୍କୁ ପ୍ରୋତ୍ସାହନ ନ ଦେବା ପାଇଁ ସଂପାଦକ ନିବେଦନ କରିଛନ୍ତି ।

ଜିଲା କ୍ରୀଡା ଅଧିକାରୀ କ୍ରୀଡାବାସ ନିର୍ମାଣ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ସଂଘକୁ ନିର୍ଦ୍ଦେଶ ଦେଇଥିବା ମହାପାତ୍ର କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଖେଳ, ନେହେରୁ ଷ୍ଟାଡିୟମ, ଭଦ୍ରକ ଜିଲ୍ଲା

About ଓଡିଶା ଡଟ କମ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version