Site icon Odisha.com

ଜିଲ୍ଲା ଅଲମ୍ପିକ,ଆଥ୍ଲେଟିକ ଆସୋସିଏସନ୍ ମଧ୍ୟରେ ବିବାଦ

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ଡ଼ିସେମ୍ବର ୧୯(ଓଡ଼ିଶା ଡ଼ଟ୍ କମ୍) ଭଦ୍ରକ ଜିଲ୍ଲା ନେହେରୁ ଷ୍ଟାଡିୟମରେ ଏକ କ୍ରୀଡା ହଷ୍ଟେଲ ନିର୍ମାଣକୁ ନେଇ ଅଲମ୍ପିକ ଏବଂ ଆଥଲେଟିକ୍ ଆସୋସିଏସନ୍ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି ।

ତେବେ ଏହାକୁ ନେଇ ଅଧିକ ବାଦାନୁବାଦ ସୃଷ୍ଟି ହେବା ଉଚିତ ନୁହେଁ ବୋଲି ଜିଲ୍ଲା ଅଲମ୍ପିକ ସଂଘ ସାଧାରଣ ସଂପାଦକ ଲକ୍ଷ୍ମୀ ମହାପାତ୍ର ଏକ ପ୍ରେସ ବିବୃତିରେ କହିଛନ୍ତି ।

ଉକ୍ତ ଷ୍ଟାଡିୟମର ଜାଗାକୁ କ୍ରୀଡା ବିଭାଗକୁ ହସ୍ତାନ୍ତର କରିବା ପାଇଁ ଉକ୍ତ ବିଭାଗ ଗଣଶିକ୍ଷା ବିଭାଗକୁ ପତ୍ର ଲେଖିଥିବା ସେ କହିଛନ୍ତି ।

ଜିଲାସ୍ତରରେ କ୍ରୀଡାକୁ ପ୍ରୋତ୍ସାହନ ବୋପାଇଁ ୨୦୦୦ରେ ଜିଲ୍ଲା ଅଲମ୍ପିକ ସଂଘକୁ ପଂଜିକୃତ କରି ନେହେୁରୁ ଷ୍ଟାଡିୟମ ଠାରେ ସମସ୍ତ ଖେଳକୁର ପ୍ରସାରଣ ପାଇଁ ଉଦ୍ୟମ ଆରମ୍ଭ କରାଯାଇଥିଲା ।

ତେବେ ୨୦୦୪ରେ କର୍ମଚାରୀଙ୍କ ମଧ୍ୟରେ ବୁଝାମଣା ଠିକ୍ ନହେବା ଯୋଗୁଁ ସରକାରଙ୍କ ଠାରୁ ମିଳିବାକୁ ଥିବା ଅନୁଦାନ ବନ୍ଦ ହୋଇଯାଇଥିଲା ଏବଂ ନେହେରୁ ଷ୍ଟାଡିୟମର ବିକାଶ ପାଇଁ ଆସିଥିବା ଅନୁଦାନ ୧୧ଲକ୍ଷ ଟଙ୍କା ଅନୁଦାନ କେନ୍ଦ୍ର ସରକାର ଇତିମଧ୍ୟରେ ବନ୍ଦ କରିଦେଇଛନ୍ତି ।

ଓଡ଼ିଶା ଅଲମ୍ପିକ ଆସୋସିଏସନ ଜିଲ୍ଲା ସଂଘକୁ ସ୍ୱୀକୃୃତି ଦେଇନଥିବାରୁ ରାଜ୍ୟ ସରକାର ପ୍ରଦାନ କରୁଥିବା ମଧ୍ୟ ବନ୍ଦ କରିଦେଇଛନ୍ତି । ତେବେ ଜିଲା ଅଲମ୍ପିକ ଆସୋସିଏସନ ନାମରେ ଯଦି କେହି ପ୍ରତିଯୋଗିତା ପାଇଁ ଆର୍ଥିକ ଅନୁଦାନ ମାଗୁଥାନ୍ତି ସେମାନଙ୍କୁ ପ୍ରୋତ୍ସାହନ ନ ଦେବା ପାଇଁ ସଂପାଦକ ନିବେଦନ କରିଛନ୍ତି ।

ଜିଲା କ୍ରୀଡା ଅଧିକାରୀ କ୍ରୀଡାବାସ ନିର୍ମାଣ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ସଂଘକୁ ନିର୍ଦ୍ଦେଶ ଦେଇଥିବା ମହାପାତ୍ର କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version