Site icon Odisha.com

ଭଦ୍ରକ ଜିଲ୍ଲା ବାର୍ଷିକ କ୍ରୀଡା ଉତ୍ସବ ଉ୍ଘାଟିତ

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ଡ଼ିସେମ୍ବର ୧୯(ଓଡ଼ିଶା ଡ଼ଟ୍ କମ୍) ଭଦ୍ରକ ଜିଲ୍ଲା ଆଥ୍ଲେଟିକ ଆସୋସିଏସନ ପକ୍ଷରୁ ଆୟୋଜିତ ଜିଲାସ୍ତରୀୟ ବାର୍ଷିକ କ୍ରୀଡା ଉତ୍ସବ ସୋମବାର ଉ୍ଘାଟିତ ହୋଇଛି ।

ଜିଲ୍ଲାର ବିଭିନ୍ନ ସ୍କୁଲ, କଲେଜ ଓ କ୍ଲବ ମାନଙ୍କରୁ ୪୬୨ଜଣ ପ୍ରତିଯୋଗୀ ଏହି ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଛନ୍ତି । ବିଭିନ୍ନ ବିର୍ଗରେ ମୋଟ ୬୯ଟି ବିଭାଗ ମଧ୍ୟରୁ ପ୍ରଥମ ଦିବସରେ ୩୧ଟି ବିଭାଗର ଫଳାଫଳ ଘୋଷଣା କରାଯାଇଛି ।

ଅନୁଷ୍ଠିତ ଏହି ଉତ୍ସବରେ ଭଦ୍ରକର ଅତିରିକ୍ତ ଜିଲ୍ଲାପାଳ ଦେବେନ୍ଦ୍ର କୁମାର ମହାପାତ୍ର ମୁଖ୍ୟ ଅତିଥି ଓ ସଂଜୀବ ହିରୋର ପରିଚାଳନା ନିଦେ୍ର୍ଧଶକ ସଂଜୀବ ମଲ୍ଲିକ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ ।

ଏହି ଅବସରରେ ପ୍ରତିଯୋଗୀ ପରମବ୍ରହ୍ମ ସେଠୀଙ୍କୁ ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version