Site icon Odisha.com

ଯୋଗ ଅଲମ୍ପିଆଡ଼୍ରେ ବିକାଶ ଶିକ୍ଷାନୁଷ୍ଠାନ ଗ୍ରୁପ ଚମ୍ପିୟାନ

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରଗଡ଼, ଡ଼ିସେମ୍ବର ୧୯(ଓଡ଼ିଶା ଡ଼ଟ୍ କମ୍) ସ୍ୱାମୀ ବିବେକନାନ୍ଦ ଯୋଗ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ , ବେଙ୍ଗାଲୁରୁ, କର୍ଣ୍ଣାଟକ ପରିସରରେ ଅନୁଷ୍ଠିତ ହୋଇଯାଇଥିବା ୧୯ତମ ଜାତୀୟ ଏବଂ ଅନ୍ତର୍ଜାତୀୟ ହିମାଳୟ ଯୋଗ ଅଲମ୍ପିଆଡ଼୍ରେ ବରଗଡ଼ ସ୍ଥିତ ବିକାଶ ଶିକ୍ଷାନୁଷ୍ଠାନ ଗ୍ରୁପ ଚମ୍ପିୟାନ ହୋଇଛି ।

ଚଳିତ ମାସ ୧୩ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ହୋଇଥିବା ଏହି ଅଲମ୍ପିଆଡ଼୍ରେ ୧୯ଟି ରାଜ୍ୟ ତଥା ୩ଟି ବିଦେଶୀ ରାଷ୍ଟ୍ର ଚୀନ, ଜାପାନ ତଥା ଦକ୍ଷିଣ କୋରିଆରୁ ପ୍ରାୟ ୫୦୦ ରୁ ଉଦ୍ଧ୍ୱର୍ ପ୍ରତିଯୋଗୀ ଭାଗ ନେଇଥିଲେ ।

ଅଲମ୍ପିଆଡ଼୍ରେ ଓଡ଼ିଶାରୁ ୭୦ଜଣ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ବିକାଶ ଦଳକୁ ୮ଟି ସ୍ୱର୍ଣ୍ଣ ଏବଂ ପୁରୀ ସରକାରୀ ମହିଳା ବିଦ୍ୟାଳୟକୁ ଗୋଟିଏ ସ୍ୱର୍ଣ୍ଣ ପଦକ ମିଳିଥିଲା ।

ବିକାଶ ଛାତ୍ରଛାତ୍ରୀ ଉଭୟ ସିନିୟର ଓ ଜୁନିୟର ବିଭାଗରେ ଭାଗ ନେଇ ୮ଟି ସ୍ୱର୍ଣ୍ଣ ସହ ଗ୍ରୁପ ଚମ୍ପିୟାନ ଆଖ୍ୟା ଅର୍ଜନ କରିଛନ୍ତି ।

ସିନିୟର ବିଭାଗରେ କୁମାରୀ ଦୀପ୍ତିମୟୀ ପଣ୍ଡା, ଦୀପ୍ତିମୟୀ ଡାକୁଆ, ବନ୍ଦନା ସାହୁ, କାବେରୀ  ନିଆଲ, ଅନା ତ୍ରିପାଠୀ, ଅପର୍ଣ୍ଣା ପଟେଲ ଓ ଜୁନିୟର ବିଭାଗରେ କୁମାରୀ ପ୍ରଜ୍ଞା ପରିମିତା ପଣ୍ଡା ଏବଂ ବର୍ଷା ଜୈନ ସ୍ୱର୍ଣ୍ଣପକ ଲାଭ କରି ଓଡ଼ିଶା ପାଇଁ ଗୌରବ ଆଣି ଦେଇଛନ୍ତି ।

ସୋମବାର ଏହି ଦଳ ପହଂଚିବା ପରେ ବିକାଶର ଅଧ୍ୟକ୍ଷ ଡି. ମୁରଳି କ୍ରୀଷ୍ଣା, ପରିଚାଳନା ନିର୍ଦ୍ଦେଶକ ଜି. ଭାସ୍କର ରାଓ, ଏକାଡେମିକ ଉପଷ୍ଟୋ ଡି. ନାଗେଶ୍ୱର ରାଓ ସ୍କୁଲ ପରିସରରେ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version