Site icon Odisha.com

ଅସ୍ଥାୟୀ ମାଓ କ୍ୟାମ୍ପରୁ ବିପୁଳ ବିସ୍ଫୋରକ ଜବତ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ମାଲକାନଗିରି,ଡ଼ିସେମ୍ବର ୨୦(ଓଡ଼ିଶା ଡ଼ଟ୍ କମ୍) ମାଲକାନଗିରି ଜିଲ୍ଲାରେ ମାଓବାଦୀଙ୍କ ଏକ ଅସ୍ଥାୟୀ କ୍ୟାମ୍ପରେ ମଙ୍ଗଳବାର ଚଢାଉ କରି ପୋଲିସ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଓ କାଗଜପତ୍ର ଜବତ କରିଛି ।

କୌଣସି ସୂତ୍ରରୁ ଖବର ପାଇ ବିଏସ୍ଏଫ୍, ଏସ୍ଓଜି ଏବଂ ପୋଲିସ ବାହୀନୀ ମୁୁଲିପଡ଼ା ଅଂଚଳର ଖାଲଗୁଡ଼ା ଗାଁ ନିକଟରେ ଥିବା କ୍ୟାମ୍ପରେ ଚଢାଉ କରି ବିସ୍ଫୋରକ ସାମଗ୍ରୀ ଜବତ କରିଥିବା ଜଣେ ଅଧିକାରୀ କହିଛନ୍ତି ।

ତେବେ ଚଢାଉ ବିଷୟରେ ଖବର ପାଇ ସେଠାରେ ଥିବା ମାଓବାଦୀମାନେ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ ।

ସୁରକ୍ଷାକର୍ମୀମାନେ ସେଠାରୁ ୯୮ଟି ଇଲେକ୍ଟ୍ରୋନିକ୍ ଡ଼ିଟୋନେଟର, ୨୪ଟି ଜିଲାଟିନ୍ ଷ୍ଟିକ୍, କେତେକ ବିସ୍ଫୋରକ ସାମଗ୍ରୀ, ଲ୍ୟାଣ୍ଡମାଇନ ପାଇଁ ବ୍ୟବହୃତଦୁଇଟି ଡ଼୍ରମ୍ ଏବଂ ତିନୋଟି ଟିଫିନ୍ ବୋମା ଜବତ କରିଛନ୍ତି ।

ଏହାସହ କୋରାପୁଟ ଜିଲ୍ଲାର ଏକ ମାନଚିତ୍ର୍, ଓଡ଼ିଆ ଓ ତେଲୁଗୁ ଭାଷାରେ ଲେଖାଯାଇଥିବା ପ୍ରଚାରପତ୍ର, ପୋଷ୍ଟର, ବ୍ୟାନର, କ୍ୟାମେରା ଏବଂଦୁଇଟି ରେଡ଼ିଓ ଜବତ କରିଥିବା ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version