Site icon Odisha.com

ସ୍ୱାଧିନତା ସଂଗ୍ରାମୀ ଗୌରଚନ୍ଦ୍ର ମହାପାତ୍ରଙ୍କୁ ସମ୍ବର୍ଦ୍ଧନା

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ଡ଼ିସେମ୍ବର ୨୦(ଓଡ଼ିଶା ଡ଼ଟ୍ କମ୍) ଓଡ଼ିଶାର ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ତଥା ଶତାବ୍ଦୀ ପୁରୁଷ ଗୌରଚନ୍ଦ୍ର ମହାପାତ୍ରଙ୍କୁ ଜାତୀୟ ସମାଜବାଦୀ ବିଚାର ମଂଚ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି ।

ଏହି ବିଚାର ମଂଚର ରାଜ୍ୟ ନେତୃବୃନ୍ଦ ଭଦ୍ରକ ନୂଆବଜାର ସ୍ଥିତ ତାଙ୍କ ବାସଭବନ ‘କାନ୍ତ କ୍ୱାଟୀର’ ଠାରେ ପହଂଚି ସୌଜନ୍ୟମୂଳକ ସାକ୍ଷାତ କରି ତାଙ୍କ ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ପଚାରି ବୁଝିଛନ୍ତି ।

ପାର୍ଟିର ମହାସଚିବ ତଥା ମୁଖପାତ୍ର ପ୍ରଦୀପ ସେନାପତି, ଭଦ୍ରକ ଜିଲା ସଭାପତି ମନୋଜ କୁମାର ପଣ୍ଡା, ଜିଲା ଉପସଭାପତି ଜ୍ଞାନେନ୍ଦ୍ର କୁମାର ହାଜିରା, ଯୁବନେତା ସୁଦର୍ଶନ ସାହୁ ପ୍ରମୁଖ ଏହିଅବସରରେ ସମ୍ବର୍ଦ୍ଧିତ କରି ତାଙ୍କ ଠାରୁ ଆର୍ଶୀବାଦ କାମନା କରିଥିଲେ ।

ଏହି ମହାନ ସ୍ୱାଧିନତା ସଂଗ୍ରାମୀଙ୍କ ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ରାଜ୍ୟ ସରକାର ଗୁରୁତ୍ୱ ଦେବାକୁ ଦଳ ପକ୍ଷରୁ ଦ।ବି କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version