Site icon Odisha.com

ଅପୂର୍ବ କିଶୋର ବୀରଙ୍କୁ ଜୟଦେବ ସମ୍ମାନ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଡ଼ିସେମ୍ବର ୨୨(ଓଡ଼ିଶା ଡ଼ଟ୍ କମ୍) ଚଳଚ୍ଚିତ୍ର ଜଗତରେ ଜୀବନବ୍ୟାପୀ ସାଧନା ପାଇଁ ନିର୍ଦ୍ଦେଶକ ଅପୂର୍ବ କିଶୋର ବୀରଙ୍କୁ ଜୟବେ ସମ୍ମାନ ପ୍ରଦାନ କରାଯାଇଛି ।

ବୁଧବାର ଆୟୋଜିତ ରାଜ୍ୟ ଚଳଚ୍ଚିତ୍ର ସମ୍ମାନ ଉତ୍ସବରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ତାଙ୍କୁ ମାନପତ୍ର ସହ ୫୦ ହଜାର ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି ।

ସେହିପରି ସ୍ୱୟଂସିଦ୍ଧାକୁ ଶ୍ରେଷ୍ଠ ଚଳଚ୍ଚିତ୍ର ଏବଂ ଏହାର ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶନା ପାଇଁ ସମ୍ମାନିତ କରାଯାଇଛି । ପ୍ରେମ ଅଢେଇ ଅକ୍ଷର ଚଳଚ୍ଚିତ୍ର ପାଇଁ ବାବୁଶାନଙ୍କୁ ଶ୍ରେଷ୍ଠ ଅଭିନେତା ଏବଂ ରିୟାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ପୁରସ୍କୃତ କରାଯାଇଛି ।

“”ପ୍ରେମ ଅଢେଇ ଅକ୍ଷର” ପାଇଁ ମିହିର ଦ।ସଙ୍କୁ ଶ୍ରେଷ୍ଠ ସହ ଅଭିନେତା ଏବଂ “”ତୁ ଥା ମୁଁ ଯାଉଛି ରୁଷି” ପାଇଁ ଉଷଶୀ ମିଶ୍ରଙ୍କୁ ଶ୍ରେଷ୍ଠ ସହଅଭିନେତ୍ରୀ ଭାବେ ସମ୍ମାନିତ କରାଯାଇଛି ।

ତୁ ଥା ମୁଁ ଯାଉଛି ଋଷି ପାଇଁ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମ୍ ଦାର , ଗାୟକ ବାବୁସାନ(ପ୍ରେମ ଅଢେଇ ଅକ୍ଷର) ଗାୟିକା ଇରା ମହାନ୍ତିଙ୍କୁ ପୁରସ୍କୃତ କରାଯାଇଛି ।

ସେହିପରି ସଞ୍ଜୁ ଓ ସଞ୍ଜନା ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ହାସ୍ୟ ଅଭିନେତା ଜୀବନ ପଣ୍ଡା, ମେଘ ସବାରିରେ ଆସିବୁ ଫେରି ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ଶିଶୁ କଳକାର ମାଷ୍ଟର ଅଂକିତ, ଶ୍ରେଷ୍ଠ କଳା ନିର୍ଦ୍ଦେଶନା ବୁଢ଼ା ମହାରଣା ଓ ଶ୍ରେଷ୍ଠ ଜୁରୀ ପୁରସ୍କାର ପାଇଁ ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version