Site icon Odisha.com

ତିନି ସରକାରୀ ମେଡିକାଲ କଲେଜକୁ ନୂତନ ବସ୍

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡ଼ିସେମ୍ବର ୨୧(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ତିନୋଟି ଯାକ ସରକାରୀ ମେଡିକାଲ କଲେଜ ହସ୍ପିଟାଲକୁ ସରକାର ନୂଆ ବସ୍ ଯୋଗାଇ ଦେଇଛନ୍ତି ।

ପ୍ରତ୍ୟେକ ବସ୍କୁ ୧୮.୪ଲକ୍ଷ ଟଙ୍କା ଲେଖାଏଁ ମୋଟ ୫୫ .୨ଲକ୍ଷ ଟଙ୍କା ବ୍ୟୟରେ କିଣା ଯାଇଥିବା ଏହି ବସ୍ ଗୁଡ଼ିକୁ ବୁଧବାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ ପତାକା ଦେଖାଇ ଏସ୍ସି.ବିମେଡିକାଲ କଲେଜ କଟକ , ଭିଏସ୍ଏସ୍ ମେଡିକାଲ କଲେଜ ବୁର୍ଲା ଏବଂ ଏମ୍କେସିଜି ମେଡିକାଲ କଲେଜ ବ୍ରହ୍ମପୁର ପାଇଁ ଉଦ୍ଧିଷ୍ଟ ବସ୍ର ଯାତ୍ରାର ଶୁଭାରମ୍ଭ କରିଛନ୍ତି ।

ଏହି ନୂତନ ବସ୍ ଯୋଗାଇ ଦିଆଯିବା ଫଳରେ ମେଡିକାଲ କଲେଜ ଛାତ୍ରଛାତ୍ରୀ ତଥା କର୍ମଚାରୀ ମାନଙ୍କ ଦୀର୍ଘଦିନର ଆବଶ୍ୟକତା ପୂରଣ ହୋଇ ପାରିଛି ବୋଲି ଆଚାର୍ଯ୍ୟ କହିଛନ୍ତି ।

ପୂର୍ବରୁ ଥିବା ବସ୍ ଅନେକଦିନର ପୁରୁଣା ହୋଇ ଅଚଳ ହୋଇ ପଡିଥିବାରୁ ଛାତ୍ରଛାତ୍ରୀ ତଥା କର୍ମଚାରୀମାନେ ବିଭିନ୍ନ ସମୟରେ ଯାତାୟାତ କ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହେଉଥିଲେ ।

ବର୍ତମାନ ନୂଆ ବସ୍ ଯୋଗାଇ ଦିଆଯିବାରୁ ସେହି ଅସୁବିଧା ଦୂର ହୋଇ ପାରିବ, ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version