Site icon Odisha.com

ପୋଲିସ ମାଡ଼ରେ ମୃତ ବ୍ୟକ୍ତିଙ୍କ ପରିବାରକୁ କ୍ଷତିପୂରଣ ନିର୍ଦ୍ଦେଶ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ଡ଼ିସେମ୍ବର ୨୩(ଓଡ଼ିଶା ଡ଼ଟ୍ କମ୍) କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳରେ ପୋଲିସ ମାଡ଼ରେ ମୃତ୍ୟୁବରଣ କରିଥିବା ଭାସ୍କର ବେହେରାଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ହାଇକୋର୍ଟ ସରକାରଙ୍କୁ ନିଦେ୍ର୍ଧଶ ଦେଇଛନ୍ତି ।

ହାଇକୋର୍ଟ ମୁଖ୍ୟ ବିଚାରପତି ଭି.ଗୋପାଳଗୌଡ଼ ଓ ବିଚାରପତି ବିଶ୍ୱନାଥ ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଗୁରୁବାର ଏହି ମାମଲାର ଶୁଣାଣି କରି ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଗତ ୨୦୦୭ ଜୁନ୍ ୧୪ରେ ଆଠଗଡ଼ ଥାନା ଅନ୍ତର୍ଗତ ରାଜନଗର ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ଅଭିଯୁକ୍ତକୁ ଗିରଫ କରିବା ପାଇଁ ଯାଇ ପୋଲିସ ୨୪ ବର୍ଷ ବୟସ୍କ ଭାସ୍କରଙ୍କୁ ଘରୁ ଭିଡ଼ିନେଇ ମାଡ଼ ମାରିଥିଲେ ।

ମାଡ଼ରେ ଗୁରୁତର ଆହତ ହୋଇଥିବା ଭାସ୍କରକୁ ଚିକିତ୍ସା ପାଇଁ ଡ଼ାକ୍ତରଖାନାରେ ଭର୍ତି କରାଯାଇଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଏହି ଘଟଣା ସେତେବେଳେ ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିଲା । ଜାତୀୟ ମାନବିକ ଅଧିକାର କମିଶନ ଘଟଣାରେ ହସ୍ତକ୍ଷେପ କରି ତାଙ୍କ ପରିବାରକୁ ତୁରନ୍ତ ଏକ ଲକ୍ଷ ଟଙ୍କା କ୍ଷତିୂରଣ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଏହାବ୍ୟବୀତ ଚଢ଼ଉ କରିଥିବା ଏଏସ୍ଆଇ ଓ କନେଷ୍ଟବଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ କମିଶନ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ତେବେ ମୃତ ଭାସ୍କରଙ୍କ ମା ଏହି ଘଟଣାର ସିବିଆଇ ତଦନ୍ତ ପାଇଁ ଓଡ଼ିଶା ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version