Site icon Odisha.com

ଶ୍ରମିକ ମୃତ୍ୟୁ: ତୈଳ ବିଶୋଧନାଗାରରେ ଉତେଜନା

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ଡ଼ିସେମ୍ବର ୨୨(ଓଡ଼ିଶା ଡ଼ଟ୍ କମ୍) ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁକୁ ନେଇ ପାରାଦୀପ ସ୍ଥିତ ଭାରତୀୟ ତୈଳ ନିଗମର ବିଶୋଧନାଗାର ଗୁରୁବାର ଉତେଜନା ପ୍ରକାଶ ପାଇଛି ।

ଏହାକୁ ନେଇ ଶ୍ରମିକ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ବେଳେ କ୍ଷତିପୂରଣ ଦ।ବିରେ ଗ୍ରାମବାସୀମାନେ ତୈଳ ନିଗମର କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଛନ୍ତି ।

କୁଜଙ୍ଗ ଥାନା ଅନ୍ତର୍ଗତ ପିପିଲ ଗ୍ରାମର ଫକୀର ନାୟକ ନାମକ ଜଣେ ଶ୍ରମିକ ଟେକ୍ନିସିଆନ ଭାବେ ବିଶୋଧନାଗାରରେ କାମ କରୁଥିଲେ ।

ବୁଧବାର ରାତିରେ ସେ ଘରକୁ ଫେରୁଥିବା ବେଳେ ରଙ୍ଗେଇଗଡ଼ ଠାରେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରାକ୍ଟର ତାଙ୍କୁ ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ କଟକ ନିଆଯାଉଥିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଠିକ୍ ସେହିପରି ବିଶୋଧନାଗାରରେ କାମ କରୁଥିବା ଢିଙ୍କିଆ ଗ୍ରାମର ଜଣେ ଶ୍ରମିକଙ୍କ ଉପରୁ ଖସିପଡ଼ି ଆଜି ମୃତ୍ୟୁ ହୋଇଥିଲା ।

ଉଭୟ ଶ୍ରମିକଙ୍କ ମୃତ୍ୟୁ ପରେ ସେଠାରେ କାମ କରୁଥିବା ଶ୍ରମିକ ଏବଂ ଉତ୍ୟକ୍ତ ଲୋକମାନେ ବିଶୋଧନାଗାରରେ ଭଙ୍ଗାରୁଜା କରିବା ସହ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ ।

ତେବେ ପୋଲିସ ଘଟଣାସ୍ଥଳରେ ପହଂଚି ଲୋକଙ୍କୁ ବୁଝାସୁଝା କରିବା ସହ ମୃତ ଶ୍ରମିକଙ୍କୁ କାର୍ଯ୍ୟରେ ନିୟୋଜିତ କରିଥିବା କମ୍ପାନୀ ଏକ ଲକ୍ଷ ଟଙ୍କା ଦେବାକୁ ପ୍ରତିଶୃତି ଦେବାରୁ ଲୋକମାନେ ରାସ୍ତା ଅବରୋଧରୁ ଉଠିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version