Site icon Odisha.com

ଆର୍ଏସ୍ପିରେ ନିଅାଁଲିଭା ପାଇଁ ଫୋମ୍ ଫାୟାର ଟେଣ୍ଡର

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ରାଉରକେଲା, ଡ଼ିସେମ୍ବର ୨୨(ଓଡ଼ିଶା ଡ଼ଟ୍ କମ୍) ରାଉରକେଲା ଇସ୍ପାତ କାରଖାନାର କେନ୍ଦ୍ରୀୟ ଫାୟାର ଷ୍ଟେସନ ଠାରେ ନିଅାଁଲିଭା କାର୍ଯ୍ୟରେ ସାମିଲ କରାଯାଇଥିବା ନୂତନ ଫୋମ୍ ଫାୟାର ଟେଣ୍ଡର ଉ୍ଘାଟିତ ହୋଇଛି ।

ଏଥିରେ ପାଣିଟାଙ୍କି, ଫେଣଟାଙ୍କି, ପମ୍ପ, ପାଣି ଓ ଫେଣ ନିୟନ୍ତ୍ରଣ ପାଇଁ ନୋଜଲ ଏବଂ ବିଦ୍ୟୁତ  ଅଲ୍ଟରନେଟର ସମେତ ସାତ ମିଟର ଉଚ୍ଚତା ପର୍ଯ୍ୟନ୍ତ ଉଠିପାରୁଥିବା ଟେଲିସ୍କୋପ ଲାଇଟ୍ ମାଷ୍ଟ ବ୍ୟବସ୍ଥା ରହିଛି ।

ବୁଧବାର ଏହାର ଉ୍ଘାଟନ ଅବସରରେ କାରଖାନାର ବହୁ ବରିଷ୍ଠ ଅଧିକାରୀଙ୍କ ସମେତ ଅଗ୍ନିଶମ ସେବା ଏବଂ କାର୍ମିକ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version