Site icon Odisha.com

ବିଜ୍ଞାନକଂଗ୍ରେସ ସଂପର୍କିତ ମାମଲା ହାଇକୋର୍ଟରେ ଖାରଜ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ,ଡ଼ିସେମ୍ବର ୨୪(ଓଡ଼ିଶା ଡ଼ଟ୍ କମ୍) କିଟ୍ ରେ ଆୟୋଜିତ ହେବାକୁ ଥିବା ୯୯ତମ ଭାରତୀୟ ବିଜ୍ଞାନ କଂଗ୍ରେସକୁ ବନ୍ଦ ଓ ସ୍ଥାନାନ୍ତରିତ କରିବା ପାଇଁ ହୋଇଥିବା ଏକ ଜନସ୍ୱାର୍ଥ ମାମଲାକୁ ଓଡ଼ିଶା ହାଇକୋର୍ଟ ଖାରଜ କରିଦେଇଛନ୍ତି ।

ବିଚାରପତି ବି. ପି. ଦାସ ଏବଂ ବିଚାରପତି ବି. କେ. ନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁକ୍ରବାର ଏହି ଆବେଦନକୁ ଖାରଜ କରିଛନ୍ତି ।

ଏହାକୁ ଭିତିହୀନ କପୋଳ କଳ୍ପିତ ଓ ଉଦ୍ଦେଶ୍ୟମୂଳକ ବୋଲି ଦର୍ଶାଇ ଏଭଳି ମୂଲ୍ୟହୀନ ଓ ଜନବିରୋଧୀ ମାମଲା ଅଦାଲତକୁ ଆଣୁଥିବା ବ୍ୟକ୍ତିଙ୍କୁ ବାରଣ କରିବା ପାଇଁ ଆବେନକାରୀଙ୍କ ଓକିଲ ଅଶୋକ ମହାପାତ୍ରଙ୍କୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ଏକ ଉଦ୍ଦେଶ୍ୟମୂଳକ ମାମଲା ହୋଇଥିବାରୁ ସରକାରୀ ଓକିଲ ଜେ. ପି. ପଟ୍ଟନାୟକ ଏହାବିରୋଧରେ ଉପଯୁକ୍ତ ଜରିମାନା ଲାଗୁ କରିବା ପାଇଁ ଅଦାଲତଙ୍କୁ ନିବେଦନ କରିଥିଲେ । ପରେ  ଆବେଦନକାରୀଙ୍କ ଓକିଲଙ୍କ ଅନୁରୋଧ କ୍ରମେ ଅଦାଲତ ଜରିମାନା ଛାଡ଼ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଲୋକମାନେ ଓଡ଼ିଶାରେ ହେଉଥିବା ଏକ ସମ୍ମାନଜନକ କାର୍ଯ୍ୟକ୍ରମକୁଉତ୍ସାହିତ କରିବା ପରିବର୍ତେ ହୀନ ଉଦ୍ୟମ କରି ବିରୋଧ କରିବା ଏକ ଦୁଃଖ ଦାୟକ ଘଟଣା ବୋଲି ଅଦାଲତ କହିଛନ୍ତି ।

ଆସନ୍ତା ଜାନୁୟାରୀ ୩ ରୁ ୭ ପର୍ଯ୍ୟନ୍ତ କିଟ୍ ରେ ୯୯ତମ ଭାରତୀୟ ବିଜ୍ଞାନ କଂଗ୍ରେସ ଅନୁଷ୍ଠିତ ହେବ ।

ଓଡ଼ିଶା ଡ଼ଟ୍ କମ୍

Exit mobile version