Site icon Odisha.com

ଜମିଜମା ଗଣ୍ଡଗୋଳକୁ ନେଇ ସଂଘର୍ଷ,୬ ଆହତ

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ଡ଼ିସେମ୍ବର (ଓଡ଼ିଶା ଡ଼ଟ୍ କମ୍) ଏକ ଜମିବାଡ଼ି ଗଣ୍ଡଗୋଳକୁ କେନ୍ଦ୍ରକରି ଶୁକ୍ରବାର ଭଦ୍ରକ ଜିଲ୍ଲାରେଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ ଯୋଗୁଁ ୬ଜଣ ପୁରୁଷ ଓ ମହିଳା ଆହତ ହୋଇଛନ୍ତି ।

ସେମାନଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଛି । ଏହି
ଘଟଣାରେ ଭଦ୍ରକ ଗ୍ରାମାଂଚଳ ଥାନାରେ ମାମଲା ରୁଜୁ ହୋଇଛି ।

ବହୁରଡା ପଂଚାୟତର ନାୟକ ସାହିର ଗଂଗାଧର ନାୟକ ଓ ବିମ୍ବାଧର ନାୟକ ନାମକଦୁଇଭାଇ
ଜନୈକ ବ୍ୟକ୍ତିଙ୍କ ନିକଟରୁ ଜମି କ୍ରୟ କରିଥିଲେ । ଉକ୍ତ ଜମିକୁ ପୂର୍ବରୁ ବଖରା ଚାଷ କରିଥିବା ନିରଂଜନ ଶଙ୍ଖୁଆ ଓ ତ୍ରିଲୋଚନ ଶଙ୍ଖୁଆ ଶୁକ୍ରବାର ଧାନ କାଟିବାକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ବିବାଦ ଉପୁଜି ଥିଲା ।

କ୍ରମଶଃ ଏହି ବିବାଦ ସଂଘର୍ଷର ରୂପ ନେଇଥିଲା ଓ ଏଥିରେ ନିରଂଜନ ଶଙ୍ଖୁଆ,ପତ୍ନୀ
ରୁକ୍ମୁଣୀ,ତ୍ରିଲୋଚନ ଶଙ୍ଖୁଆ,ସନିଆ ଦାସ,ଗଂଗାଧର ନାୟକ ଓ ବିମ୍ବାଧର ନାୟକ ଆହତ ହୋଇ
ଭଦ୍ରକ ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଥିଲେ ।

ଏମାନଙ୍କ ମଧ୍ୟରୁ ନିରଂଜନ, ରୁକ୍ମୁଣୀ ଓ ସନିଆର ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ
ସ୍ଥାନାନ୍ତର କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version