Site icon Odisha.com

ଧାନର ଅଭାବି ବିକ୍ରୀ ବିରୋଧରେ ଗଣଧାରଣା

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ଡ଼ିସେମ୍ବର ୨୩(ଓଡ଼ିଶା ଡ଼ଟ୍ କମ୍) ଭଦ୍ରକ ଜିଲ୍ଲାରେ ଧାନର ଅଭଦଦାବୀବିକ୍ରୀ ବିରୋଧରେ କୃଷକ ସଭା ପକ୍ଷରୁ ଶୁକ୍ରବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଓ ବିକ୍ଷୋଭ ଓ ପ୍ରଦର୍ଶନ କରାଯାଇଛି ।

ଗଣଧାରଣାରେ ଜିଲ୍ଲାର ୭ଟି ବ୍ଲକର ବହୁ ଚାଷୀ ମୂଲିଆ ଯୋଗ ଦେଇଥିଲେ । ସେମାନେ ବନ୍ତ ଛକରୁ
ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବାପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଂଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ପରେ ଏକ ପ୍ରତିବାଦ ସଭାର ଆୟୋଜନ କରାଯାଇଥିଲା । ଧାନ କ୍ୱିନ୍ଟାଲ ପ୍ରତି ମୂଲ୍ୟ ସରକାର ୧୦୮୦ ଟଙ୍କା ଘୋଷଣା କରିଥିଲେ ମଧ୍ୟ ଜିଲ୍ଲାରେ ଏପର୍ଯ୍ୟନ୍ତ ସରକାରୀ କ୍ରୟ କେନ୍ଦ୍ର ଖୋଲା ଯାଇନଥିବାରୁ ଚାଷୀମାନେ ସମାଲୋଚନା କରିଥିଲେ ।

ଜିଲ୍ଲାପାଳ ଡିସେମ୍ବର ୫ତାରିଖ ସୁଦ୍ଧା ଧାନ କ୍ରୟକେନ୍ଦ୍ର ଖୋଲିବାକୁ ପ୍ରତିଶୃତି ଦେଇଥିଲେ ମଧ୍ୟ ତାହା ଖୋଲାଯାଇନଥିବାରୁ ଚାଷୀ ବାଧ୍ୟ ହୋଇ ଘରୋଇ କ୍ରୟ କେନ୍ଦ୍ରରେ ଧାନ କ୍ୱିଣ୍ଟାଲ ପ୍ରତି ସାତ ଶହ/ଆଠ ଶହ ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ବୋଲି ସେମାନେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version