Site icon Odisha.com

ବଡ଼ଦିନ ଅବସରରେ ବେଳାଭୂମିରେ ବୃହତ୍ ବାଲୁକା ସାନ୍ତାକ୍ଲଜ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ପୁରୀ, ଡ଼ିସେମ୍ବର ୨୪(ଓଡ଼ିଶା ଡ଼ଟ୍ କମ୍) ବଡ଼ଦିନ ପାଳନ ଅବସରରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଶନିବାର ପୁରୀ ବେଳାଭୂମିରେ ବାଲିରେ ବିଶ୍ୱର ବୃହତମ ସାନ୍ତାକ୍ଲଜ ତିଆରି କରିଛନ୍ତି ।

୩୫ ଫୁଟ୍ ଉଚ୍ଚର ଏହି ବାଲୁକା ପ୍ରତିମୂର୍ତିରେ ସୁଦର୍ଶନ “”ଶାନ୍ତି ଓ ସମୃଦ୍ଧି ଏବଂ ସ୍ୱାସ୍ଥ୍ୟ ଓ ସୁଖ” ବାର୍ତା ଉଲ୍ଲେଖ କରିଛନ୍ତି ।

ଗତ ୨୨ ତାରିଖରୁ ତାଙ୍କ ଦ୍ୱାରାପରିଚାଳିତ ବାଲୁକା କଳା ଅନୁଷ୍ଠାନର ୧୫ ଜଣ ଛାତ୍ରଛାତ୍ରୀଙ୍କ ସହ ଏହି କଳାକୃତି ତିଆରି କରିଥିବା ସୁଦର୍ଶନ କହିଛନ୍ତି ।

“”୧୮୦୦ ଟନ୍ ବାଲିରେ ନିର୍ମିତ ଏହି କଳାକୃତି ପାଇଁ ପ୍ରତିଦିନ ଆମେ ୧୨ ଘଣ୍ଟା ପରିଶ୍ରମ କରିଛୁ”
ସେ କହିଛନ୍ତି । ଏହାସହ ବେଳାଭୂମିରେ ଯୀଶୁ ଖ୍ରୀଷ୍ଟ ଏବଂ ମର ମେରୀଙ୍କ ବାଲୁକା କଳାକୃତି ମଧ୍ୟ
ତିଆରି କରାଯାଇଛି ।

ଲିମ୍କା ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ଼ କର୍ତୃପକ୍ଷଙ୍କ ଠାରୁ ଅନୁମତି ମିଳିବା ପରେ ବିଶ୍ୱର ବୃହତ୍ ସାନ୍ତାକ୍ଲଜ ତିଆରି କରିବାକୁ ଯୋଜନା କରିଥିବା ସୁଦର୍ଶନ କହିଛନ୍ତି ।

ସୁଦର୍ଶନ ୪୭ରୁ ଅଧିକ ଅନ୍ତର୍ଜାତୀୟ ବାଲୁକା କଳା ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଦେଶ ପାଇଁ ବହୁ ପୁରସ୍କାର ହାସଲ କରିଛନ୍ତି । ଗତ ବର୍ଷ ମଧ୍ୟ ସେ ସବୁଜ ବାଲିରେ ସାନ୍ତାକ୍ଲଜ ତିଆରି କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version