Site icon Odisha.com

ଭଦ୍ରକ: ମୁର୍ମୁଷ ଅବସ୍ଥାରେ ଅଜଣା ବାଳକ ଉଦ୍ଧାର

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ଡ଼ିସେମ୍ବର ୨୪(ଓଡ଼ିଶା ଡ଼ଟ୍ କମ୍) ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଂଚଳରୁ କଥା କହିପାରୁନଥିବା ଜଣେ ଅଜଣା ବାଳକକୁ ମୁର୍ମୁଷ ଅବସ୍ଥାରେ ଶନିବାର ଉଦ୍ଧାର କରାଯାଇଛି ।

ବାଳକଟିର ଡ଼ାହାଣ ହାତରେ ସାଲାଇନ ଲାଗିଥିବା ଅବସ୍ଥାରେ ସ୍ଥାନୀୟ ବିଷ୍ଣୁପୁର ପଂଚାୟତ ସମିତିସଭ୍ୟ ସୁରେଶ ସାମଲ ଓ ସରପଂଚ ଶଶି ବାରିକ ରାସ୍ତା ପାର୍ଶ୍ଵରେ ପଡ଼ିଥିବା ଦେଖିଥିଲେ ।

ତା’ ଦେହରେ କୌଣସି ବିଦ୍ୟାଳୟର ପୋଷାକ ଥିବାବେଳେ ବୟସ ୧୧ବର୍ଷ ହେବ ବୋଲି ଜଣାପଡ଼ିଛି ଏହାପରେ ସଂପୃକ୍ତ ବାଳକକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣି ଚିକିତ୍ସା କରାଯାଇଛି ।

ତେବେ ସେ କଥା କହିପାରୁନଥିବାରୁ ତା’ସଂପର୍କରେ କିମ୍ବା ସେ କେଉଁଠି ଚିକିତ୍ସିତତ ହେଉଥିଲା ତାହା ଜଣାପଡ଼ିନାହିଁ ।

ଓଡ଼ିଶା ଡ଼ଟ୍ କମ୍

Exit mobile version