Site icon Odisha.com

ସଂଗ୍ରାମ ଜେନା ଯୁବ କଂଗ୍ରେସ ନୂତନ ସଭାପତି

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଡ଼ିସେମ୍ବର ୨୪(ଓଡ଼ିଶା ଡ଼ଟ୍ କମ୍) ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ଜୟଦେବ ଜେନାଙ୍କ ପୁତ୍ର ସଂଗ୍ରାମ ଜେନା ଶନିବାର ରାଜ୍ୟ ଯୁବ କଂଗ୍ରେସ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।

ଏନେଇ ସମସ୍ତ ଜିଲ୍ଲାରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଏବଂ ଆଜି ଭୋଟ୍ ବାକ୍ସ ଗୁଡ଼ିକ କଂଗ୍ରେସ କାର୍ଯ୍ୟାଳୟକୁ ଅଣାଯାଇ ଗଣତି କରାଯାଇଥିଲା । ଏଥିରେ ସଂଗ୍ରାମ ତାଙ୍କର ପ୍ରତିଦ୍ୱନ୍ଦୀ ବିଶ୍ୱଭୂଷଣଙ୍କ ଠାରୁ ୨୮୮୭ଟି ଭୋଟ୍ରେ ବିଜୟୀ ହୋଇଛନ୍ତି ।

ତେବେ ବିଶ୍ୱଭୂଷଣଙ୍କୁ ଯୁବକଂଗ୍ରେସର ରାଜ୍ୟ ଉପସଭାପତି ଭାବେ ନିର୍ବାଚିତ କରାଯାଇଛି । ଅଖିଳ ଭାରତୀୟ ଯୁବକଂଗ୍ରେସ ପକ୍ଷରୁ ଏବିଷୟରେ ଘୋଷଣା କରାଯାଇଛି ।

ଯୁବ କଂଗ୍ରେସ ସଭାପତି ପ୍ରଦୀପ ମାଝୀଙ୍କ ଇସ୍ତଫା ପରେ ଗତ ମାର୍ଚ ମାସରୁ ଏହି ପଦବୀ ଖାଲିପଡ଼ିଥିଲା । ନବନିର୍ବାଚିତ ପ୍ରତିନିଧିମାନେ ଦୁଇ ବର୍ଷ ପାଇଁ ଏହି ପଦବୀରେ ରହିବେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version