Site icon Odisha.com

ତୃତୀୟ ସହର ଭାବେ କଳାହାଣ୍ଡି ଜିଲ୍ଲା ଧୂମମୁକ୍ତ ଘୋଷିତ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଡ଼ିସେମ୍ବର ୨୫(ଓଡ଼ିଶା ଡ଼ଟ୍ କମ୍) ଓଡ଼ିଶାର ଭୁବନେଶ୍ୱର ଓ ଭଦ୍ରକ ପରେ କଳାହାଣ୍ଡି ଜିଲ୍ଲାକୁ ତୃତୀୟ ଧୂମମୁକ୍ତ ସହର ଭାବେ ଘୋଷଣା କରାଯାଇଛି ।

ଭାରତୀୟ ତମାଖୁ ନିରୋଧ ଆଇନ ଅନୁସାରେ ଗତ ୨୩ ତାରିଖରେ ଜିଲ୍ଲାପାଳ ଜିଲ୍ଲାକୁ ଧୂମମୁକ୍ତ ସହର ଘୋଷଣା କରିଛନ୍ତି ।

ହୃଦୟ ନାମକ ଅନୁଷ୍ଠାନ ପକ୍ଷରୁ ଓଡ଼ିଶା, ବିହାର, ହରିୟାଣା, କର୍ଣ୍ଣାଟକ ଏବଂ ଉତରାଖଣ୍ଡ ଆଦି
ପାଂଚଟି ରାଜ୍ୟରେ ତମାଖୁ ନିରୋଧ ଆଇନ କାର୍ଯ୍ୟକାରୀ କରିବା ପାଇଁ ସଚେତନତା ସୃଷ୍ଟି କରାଯାଇଛି ।

ଇଣ୍ଡିଆନ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ ହେଲ୍ଥ ସହ ମିଳିତ ଭାବରେ ଏହି ଅନୁଷ୍ଠାନ ରାଜ୍ୟର କଳାହାଣ୍ଡି, ଭଦ୍ରକ, ଗଜପତି, ଅନୁଗୁଳ ଏବଂ ନାୟଗଡ଼ ଜିଲ୍ଲାରେ ଏହି ଯୋଜନା କାର୍ଯ୍ୟକାରୀ ତଥା ଧୂମମୁକ୍ତ କରିବା ପାଇଁ କାର୍ଯ୍ୟ କରୁଛି ।

ତମାଖୁ ନିରୋଧ ଆଇନର କାର୍ଯ୍ୟକାରିତା ଉପରେ ଭାରତୀୟ ଜନସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଏହି
ପାଂଚଟି ଜିଲ୍ଲାରେ ବିଭିନ୍ନ କର୍ମଶାଳା ଆୟୋଜନ କରାଯାଇ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗୁଡ଼ିକୁ ତାଲିମ ପ୍ରଦାନ କରାଯାଇଛି ।

ଗ୍ଲୋବାଲ ଆଡ଼ଲ୍ଟ ଟୋବାକୋ ସର୍ଭେ ଅନୁଯାୟୀ ଓଡ଼ିଶାର ୪୬ ପ୍ରତିଶତ ଲୋକ ଧୂମପାନ କରନ୍ତି । ପୂର୍ବରୁ କେବଳ ଭୁବନେଶ୍ୱରକୁ ଧୂମମୁକ୍ତ ଭାବେ ଘୋଷଣା କରାଯାଇଥିବା ବେଳେ ଗତ ନଭେମ୍ବରରେ ଭଦ୍ରକ ଜିଲ୍ଲାକୁ ଧୂମମୁକ୍ତ ଘୋଷଣା କରାଯାଇଥିଲା ।

ଓଡ଼ିଶା ଡ଼ଟ୍ କମ୍

Exit mobile version