ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ବଲାଙ୍ଗୀର,ଡ଼ିସେମ୍ବର ୨୬(ଓଡ଼ିଶା ଡ଼ଟ୍ କମ୍) ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଖଇରଗୁଡ଼ାରେ ହେବାକୁ ଥିବା ଶୁଳିଆ ଯାତ୍ରା ପାଇଁ ବଡ଼ଖଳା, ସାନଖଳା ଓ ନୂଆଖଳାରେ ୧୪୪ ଧାରା ଲାଗୁ କରାଯାଇଛି ।
ମଙ୍ଗଳବାର ହେଉଥିବା ଆଦିବାସୀଙ୍କ ଏହି ଯାତ୍ରା ପୀଠରେ ପଶୁବଳିକୁ ବନ୍ଦ କରିବା ପାଇଁ ବିଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପୋଲିସ ପକ୍ଷରୁ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ଶୁଲିଆ ପୀଠରେ ପୂଜା କାର୍ଯ୍ୟ କରୁଥିବା ୨୨ ଜଣ ପୂଜକ ଓ ଦେହୁରୀ ମାନଙ୍କ ନାଁରେ ୧୦୭ ଧାରା ଲାଗୁ କରାଯାଇଛି ।
ଉକ୍ତ ସ୍ଥାନ ଗୁଡ଼ିକରେ ସୋମବାର ଠାରୁ ବରିଷ୍ଠ ଅଧିକାରୀଙ୍କ ନେତୃତ୍ୱରେ ୩ ଜଣ ଡିଏସ୍ପି, ୪ଜଣ ଇନ୍ସପେକ୍ଟର, ୮ଜଣ ଏସ୍ଆଇ,୧୭ଜଣ ଏଏସ୍ଆଇ, ୫ପ୍ଲାଟୁନ ପୋଲିସ ଫୋର୍ସ ଓ ୧୨୦ ଜଣ ହୋମଗାର୍ଡ଼ଙ୍କୁ ମୁତୟନ କରାଯାଇଛି ।
ଏହି ଯାତ୍ରାରେ ପଶୁବଳି ସଂପୂର୍ଣ୍ଣ ବନ୍ଦ କରିବାକୁ ହାଇକୋର୍ଟ ପୂର୍ବରୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।
ଓଡ଼ିଶା ଡ଼ଟ୍ କମ୍