Site icon Odisha.com

ସଡ଼କ ଦୁର୍ଘଟଣାରେ ୩ ମୃତ, ୧୫ଆହତ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଶପଲ୍ଲା, ଡ଼ିସେମ୍ବର ୨୭(ଓଡ଼ିଶା ଡ଼ଟ୍ କମ୍) ନୟାଗଡ଼ ଜିଲ୍ଲା ଦଶପଲ୍ଲା ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁନ୍ତ ସଡ଼କ ଦୁର୍ଘଟଣାରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି ।

ନୟାଗଡ଼ରୁ ଚକାପା ଯାଉଥିବା ଶୁଭମ୍ ନାମକ ଘରୋଇ ଯାତ୍ରୀ ବାହୀ ବସ୍ ଦୁର୍ଗାପ୍ରସାଦ ଠାରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା । ଫଳରେ ଗାଡ଼ିତଳେ ଚାପି ହୋଇ ଘଟଣାସ୍ଥଳରେ ତିନିଜଣଙ୍କର ମୃତ୍ୟୁ ହୋଇଥିଲା ।

ମୃତ ବ୍ୟକ୍ତିମାନେ ହେଲେ ଅଜିତ ସାହୁ, ବୌଦ୍ଧର ପ୍ରାଣବନ୍ଧୁ କହଁର ଓ ଟାକେରାର ସତ୍ୟବାନ ଦାସ । ଆହତଙ୍କ ମଧ୍ୟରୁ ୫ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ନୟାଗଡ଼ ଡ଼ାକ୍ତରଖାନାରେ ଭର୍ତି କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version