Site icon Odisha.com

ବାର୍ଡ଼ ଫ୍ଲୁ ପାଇଁ ଚିଲିକାରେ ସତର୍କତା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଚିଲିକା, ଡ଼ିସେମ୍ବର ୩୦(ଓଡ଼ିଶା ଡ଼ଟ୍ କମ୍) ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡରେ ବାର୍ଡ଼ ଫ୍ଲୁର ସନ୍ଧାନ ମିଳିବା ପରେ ଓଡ଼ିଶାରେ ସତର୍କତା ଅବଲମ୍ବନ କରାଯାଇଛି ।

ଖୋର୍ଦ୍ଧା ଜିଲ୍ଲା ଚିଲିକା ହ୍ରଦରେ ବିଦେଶାଗତ ପକ୍ଷୀଙ୍କ ସମାଗମ ହୋଇଥିବାରୁ ଏହାକୁ ଦୃଷ୍ଟିରେ ରଖି ବ୍ୟାପକ ସତର୍କତା ଗ୍ରହଣ କରାଯାଇଥିବା ଶୁକ୍ରବାର ଜଣେ ଅଧିକାରୀ କହିଛନ୍ତି ।

ଚିଲିକାରେ ମରିଯାଇଥିବା ଗୋଟିଏ ପକ୍ଷୀର ରକ୍ତ ନମୂନା ପରୀକ୍ଷା ପାଇଁ ଭୋପାଲ ପଠାଯାଇଥିବା ବେଳେ ଅନ୍ୟ ୬୨ଟି ପକ୍ଷୀର ରକ୍ତ ଓ ମଳ ନମୂନା ପରୀକ୍ଷା ପାଇଁ କଲିକତା ପଠାଯାଇଥିବା ସେ କହିଛନ୍ତି ।

ବର୍ତମାନ ଚିଲିକାହ୍ରଦରେ ସାତ ଲକ୍ଷରୁ ଉଦ୍ଧ୍ୱର୍ ବିଦେଶାଗତ ପକ୍ଷୀଙ୍କ ସମାଗମ ହୋଇଛି । ଗତ
ସୋମବାର ଏକ ପକ୍ଷୀର ମୃତ ଦେହ ମିଳିବା ପରେ ଏନେଇ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ
ପାଇଛି ।

ଗତ ନଭେମ୍ବର ମାସରେ ଜାମସେପୁରରେ ବହୁତ ଗୁଡ଼ିଏ କାଉଙ୍କ ବାର୍ଡ଼ ଫ୍ଲୁରେ ମୃତ୍ୟୁ ହୋଇଥିବା ଜଣାପଡ଼ିବା ପରେ ପଡ଼ୋଶୀ ରାଜ୍ୟ ଗୁଡ଼ିକ ସତର୍କ ରହିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version