ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ
ବରଗଡ଼, ଡ଼ିସେମ୍ବର ୩୦(ଓଡ଼ିଶା ଡ଼ଟ୍ କମ୍) ଧନୁଯାତ୍ରା ମହୋତ୍ସବ ଶୁକ୍ରବାର ପାରମ୍ପରିକ ରୀତିନୀତିରେ ଉଦ୍ଦଘାଟିତ ହୋଇଥିବା ବେଳେ ଆଜିଠାରୁ ବରଗଡ଼ ସହରରେ ମହାରାଜା କଂସଙ୍କ ରାଜୁତି ଚାଲିଛି ।
ସଂଧ୍ୟାରେ ଯାତ୍ରା କମିଟି ସଦସ୍ୟ ଓ କଳାକାର ସମଲେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା କରିବା ବର୍ଣ୍ଣାଢ଼୍ୟଶୋଭାଯାତ୍ରାରେ ବାହାରି ହାଟପା ଠାରେ ନିର୍ମିତ ରାଜଦରବାରରେ ପହଞ୍ଚିଥିଲେ ।
ରାଜଦରବାରରେ ଧନୁଯାତ୍ରା କମିଟି ଅଧ୍ୟକ୍ଷ ତଥା ଜିଲ୍ଲାପାଳ ପ୍ରଦୀପ ପ୍ରଜ୍ୱଳନ କରି ଯାତ୍ରାର ଉଦ୍ଦଘାଟନ କରିଥିଲେ ।
ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ୧୧ଦିନ ବ୍ୟାପୀ ହେବାକୁଥିବା ଏହି ଯାତ୍ରା ସମୟରେ ସହରରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ଏହି ଅବସରରେ ବରଗଡ଼ ସହର ପୁରାଣରେ ବର୍ଣ୍ଣିତ ଦ୍ବାପର ଯୁଗର ମଥୁରାନଗରୀ, ଅମ୍ବାପାଲି ଗୋପପୁର ଏବଂ ଜୀରା ନଦୀ ଯମୁନା ନଈ ପାଲଟି ଥାଏ ।
ପ୍ରଥମଦିନରେ ମଥୁରାର ଯୁବରାଜ କଂସ ଦିଗ୍ବିଜୟକୁ ଯାଇଥିବା ବେଳେ ପିତା ଉଗ୍ରସେନ ମହାରାଜ ତାଙ୍କ ଅନୁପସ୍ଥିତିରେ ଭଉଣୀ ଦେବକୀଙ୍କୁ ବସୁଦେବଙ୍କ ସହ ବିବାହ କରିଦେଇଛନ୍ତି ।
ଏଥିଯୋଗୁଁ କଂସ ଉତ୍କ୍ଷିପ୍ତ ହୋଇ ଉଗ୍ରସେନଙ୍କୁ ଗାଦିଚ୍ୟୁତ କରିବା ସହ ନିଜେ ମଥୁରାର ସିଂହାସନ ଆରୋହଣ କରିଛନ୍ତି ।
ଓଡ଼ିଶା ଡ଼ଟ୍ କମ୍