Site icon Odisha.com

ପୋସ୍କୋ ସଂପର୍କରେ କେନ୍ଦ୍ର ସରକାରଙ୍କ ରିପୋର୍ଟ ତଲବ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଡ଼ିସେମ୍ବର ୩୧(ଓଡ଼ିଶା ଡ଼ଟ୍ କମ୍) ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଓଡ଼ିଶା ଗସ୍ତ ପୂର୍ବରୁ କେନ୍ଦ୍ର ସରକାର ପ୍ରସ୍ତାବିତ ପୋସ୍କୋ ପ୍ରକଳ୍ପ ସଂପର୍କରେ ରାଜ୍ୟ ସରକାରଙ୍କ ଠାରୁ ରିପୋର୍ଟ ତଲବ କରିଛନ୍ତି ।

କେନ୍ଦ୍ର ଇସ୍ପାତ ମନ୍ତ୍ରାଳୟର ଉପସଚିବ ଏ ସଂପର୍କରେ ରାଜ୍ୟ ସରକାରଙ୍କୁ ପତ୍ର ଲେଖିଥିଲେ ଏବଂ ସରକାର ଗୁରୁବାର ଏହାର ଜବାବ ତୁରନ୍ତ ପଠାଇ ଦେଇଥିବା ଜଣେ ଅଧିକାରୀ କହିଛନ୍ତି ।

ସଂପୃକ୍ତ ପ୍ରକଳ୍ପ ପାଇଁ ଦୁଇ ହଜାର ଏକର ଜମି ଅଧିଗ୍ରହଣ କରାଯାଇଥିବା ବେଳେ ମୋଟ୍ ୩,୭୧୯ ଏକର ଜମିର ଆବଶ୍ୟକତା ରହିଛି । ସେଥିମଧ୍ୟରୁ ମାତ୍ର ୧୦ ପ୍ରତିଶତ ଜମି ଘରୋଇ ମାଲିକାନାରେରହିଛି ବୋଲି ସରକାର ପତ୍ରରେ ଉଲ୍ଲେଖ କରିଛନ୍ତି ।

ଅବଶିଷ୍ଟ ସରକାରୀ ଜମି ହୋଇଥିଲେ ମଧ୍ୟ ତାହାକୁ କେତେକ ଗ୍ରାମବାସୀ ବେଆଇନଭାବେ ଦଖଲରେରଖିଛନ୍ତି । ଏହି ପ୍ରକଳ୍ପ ପାଇଁ ପ୍ରାୟ ୭୨୦ ପରିବାର ବିସ୍ଥାପିତ ହେବାର ସମ୍ଭାବନା ଥିବା ବେଳେ ସେମାନଙ୍କ ପାଇଁ ପ୍ୟାକେଜ୍ ଘୋଷଣା କରାଯାଇଥିବା ଏଥିରେ ଦର୍ଶାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version