Site icon Odisha.com

ବିପିଏଲ୍ ସର୍ଭେ ସ୍ଥଗିତ ପାଇଁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଡ଼ିସେମ୍ବର ୩୧(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟର ସାତଟି ଜିଲ୍ଲାରେ ଚାଲିଥିବା ନୂତନ ବିପିଏଲ୍ ସର୍ଭେ କାର୍ଯ୍ୟ ସ୍ଥଗିତ ରଖିବାକୁ ରାଜ୍ୟ ନିର୍ବାଚନ କମିଶନ ଶନିବାର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଲୋକଙ୍କ ସାମାଜିକ ଓ ଆର୍ଥିକ ମାନଦଣ୍ଡକୁ ନେଇ ଏହି ସର୍ଭେ କରାଯାଉଥିବାରୁ ଏହା ପଞ୍ଚାୟତ ନିର୍ବାଚନକୁ ପ୍ରଭାବିତ କରିବାର ଆଶଂକା ଥିବା କମିଶନ ପକ୍ଷରୁ କୁହାଯାଇଛି ।

ଏ ସଂପର୍କରେ ସର୍ଭେ ଚାଲିଥିବା ବଲାଙ୍ଗୀର, କଳାହାଣ୍ଡି, ରାୟଗଡ଼ା, ଗଜପତି, କୋରାପୁଟ, ମାଲକାନଗିରି ଏବଂ କନ୍ଧମାଳ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ନିର୍ବାଚନ ଆଚରଣବିଧି ବଳବତର ଥିବା ପର୍ଯ୍ୟନ୍ତ ସର୍ଭେ ସ୍ଥଗିତ ରଖିବାକୁ କମିଶନ କହିଛନ୍ତି । ଫେବୃୟାରୀ ୧୧ରୁ ୧୯ ପର୍ଯ୍ୟନ୍ତ ପାଞ୍ଚଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ ।

ଗତ ନଭେମ୍ବର ୧୪ ଠାରୁ ଏହି ସାତଟି ଜିଲ୍ଲାରେ ନୂତନ ବିପିଏଲ୍ ସର୍ଭେ ଆରମ୍ଭ ହୋଇଥିଲା ।

ଓଡ଼ିଶା ଡ଼ଟ୍ କମ୍

Exit mobile version