Site icon Odisha.com

ଆନ୍ଦୋଳନ ଯୋଗୁଁ ଇଫ୍କୋ କାରଖାନା ସାମୟିକ ବନ୍ଦ

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ପାରାୀପ, ଜାନୁୟାରୀ ୧(ଓଡ଼ିଶା ଡ଼ଟ୍ କମ୍) ଟ୍ରକ୍ ମାଲିକ ସଂଘର ଧର୍ମଘଟ ଯୋଗୁଁ ପାରାଦୀପ ସ୍ଥିତ ଇଫ୍କୋ ସାର କାରଖାନାକୁ କମ୍ପାନୀ କର୍ତୃପକ୍ଷ ସାମୟିକ ଭାବେ ବନ୍ଦ କରିଛନ୍ତି ।

ଗତ ଛଅଦିନ ଧରି ଚାଲିଥିବା ସଂଘର ଆନ୍ଦୋଳନ ଯୋଗୁଁ କାରଖାନାକୁ କଂଚାମାଲ ପରିବହନ ତଥା କାରଖାନାରୁ ଉତ୍ପାଦିତ ଦ୍ରବ୍ୟ ବାହାରକୁ ଯାଇପାରୁ ନଥିବାରୁ ଏଭଳି ନିଷ୍ପତି ନିଆଯାଇଥିବା ରବିବାର ଜଣେ ଅଧିକାରୀ କହିଛନ୍ତି ।

ଦୁଇ ଦଫା ଦାବିରେ ତିନୋଟି ସଂଘ ପକ୍ଷରୁ କାରଖାନା ଫାଟକରେ ଧାରଣା ଦିଆଯାଇଛି ଫଳରେ କାରଖାନାକୁ ଅସୁଥିବା ଶତାଧିକ ଗାଡ଼ି ରାସ୍ତା କଡ଼ରେ ଛିଡ଼ା ହୋଇ ରହିଛି । ଏହାଦ୍ୱାରାକାରଖାନାର କୋଟିକୋଟି ଟଙ୍କା କ୍ଷତି ହେଉଛି ବୋଲି ସେ କହିଛନ୍ତି ।

ଟ୍ରକ୍ ମାଲିକମାନଙ୍କ ଦାବି ପୂରଣ କରାଗଲେ ଏହା ସିଧାସଳଖ ଚାଷୀମାନଙ୍କ ଉପରେ ପ୍ରଭାବ ପଡ଼ିବ
ବୋଲି କାରଖାନା କର୍ତୃପକ୍ଷ କହିଛନ୍ତି ।

କାରଖାନାରୁ ଉତ୍ପାଦିତ ସାରକୁ ରେଳରେ ବାହାରକୁ ପରିବହନ କରିବା ପରିବର୍ତେ ଟ୍ରକ୍ରେ ପରିବହନ କରିବା ତଥା କାରଖାନାରୁ ରେଳଷ୍ଟେସନ୍ ପର୍ଯ୍ୟନ୍ତ ହେଉଥିବା ସର୍ଟ ଟ୍ରିକ୍ ପାଇଁ ନିର୍ଦ୍ଦିଷ୍ଟ ସଂସ୍ଥାକୁ ଦିଆନଯାଇ ସଂଘ ମାଧ୍ୟମରେ ଚୁକ୍ତି କରାଯାଉ ବୋଲି ଟ୍ରକ ମାଲିକ ସଂଘ ପକ୍ଷରୁ ଦାବି କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version