Site icon Odisha.com

ବରଗଡ଼ରେ ଜିଲ୍ଲାସ୍ତରୀୟ ବୀରତା ଦିବସ

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରଗଡ଼, ଜାନୁୟାରୀ ୧(ଓଡ଼ିଶା ଡ଼ଟ୍ କମ୍) ବିଭିନ୍ନ ଅନୁଷ୍ଠାନ ଓ ସଂଗଠନ ପକ୍ଷରୁ ମିଳିତ ଭାବରେ ବରଗଡ଼ରେ ବୀରତା ଦିବସ ପାଳିତ ହୋଇଛି ।

ଶନିବାର ଏହି ଅବସରରେ ସ୍ଥାନୀୟ ଗାନ୍ଧିଛକ ଠାରେ ସାମ୍ବାଦିକ, ବ୍ୟବସାୟୀ, ଆଇନଜୀବୀ, ସମାଜସେବୀ, ଯୁବନେତା ଓ କଳାକାର ପ୍ରମୁଖ ଏକତ୍ରିତ ହୋଇ ମଟରସାଇକେଲ ରାଲିରେ ବୀରଛକ ଠାରେ ପହଞ୍ଚିଥିଲେ ।

ସ୍ୱାଧୀନତା ସଂଗ୍ରାମରେ ଲଢେଇ କରି ଆତ୍ମବଳୀଦାନ ଦେଇଥିବା ବୀର ସହୀଦ ମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ନିର୍ମିତ ସହୀଦ ସ୍ତମ୍ଭରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ।

ପଶ୍ଚିମ ଓଡ଼ିଶାର ଘେଁସ ଜମିାର ପରିବାର ସମେତ ପାହାଡ଼ଶ୍ରୀଗିଡ଼ା, ଭେଡ଼େନ, ଅମ୍ବାଭନା ଆଦି ଅଞ୍ଚଳର ସ୍ୱାଧିନତା ସଂଗ୍ରାମୀଙ୍କ ଅବଦାନ ଅତୁଳନୀୟ ବୋଲି ଉପସ୍ଥିତ ବକ୍ତାମାନେ କହିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version