Site icon Odisha.com

ଗୁଳିକାଣ୍ଡର ଛଅ ବର୍ଷ ପୂର୍ତି, କଳିଙ୍ଗନଗରରେ ସମାବେଶ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଯାଜପୁର, ଜାନୁୟାରୀ ୨ (ଓଡିଶା ଡଟ୍ କମ୍) ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଚଂଳରେ ଘଟିଥିବା ଗୁଳିକାଣ୍ଡର ଛଅ ବର୍ଷ ପୂର୍ତି ଉପଲକ୍ଷେ ସୋମବାର ସେଠାରେ ଆଦିବାସୀଙ୍କ ସମାବେଶ ଅନୁଷ୍ଠିତ ହୋଇଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଏଥିରେ ମହିଳା ଓ ଶିଶୁ ମାନେ ସେମାନଙ୍କ ପାରମ୍ପରିକ ଅସ୍ତ୍ରଶସ୍ତ୍ର, ବ୍ୟାନର ପୋଷ୍ଟର ଧରି ଗୁଳିକାଣ୍ଡ
ସ୍ଥଳ ଆମ୍ବଗାଡ଼ିଆର ବୀରଭୂମି ଠାରୁ ର୍ୟାଲିରେ ବାହାରି ସହୀ ସ୍ମୃତି ସ୍ତମ୍ଭ ନିକଟରେ ପହଂଚିଥିଲେ ।

ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ଲୋକମାନେ ସରକାର, ଜିଲ୍ଲା ପ୍ରଶାସନ, ପୋଲିସ ବିରୋଧରେ ସ୍ଲୋଗାନ ଦେଇଥିଲେ ।

ବିସ୍ଥାପନ ବିରୋଧୀ ଜନମଞ୍ଚ ପକ୍ଷରୁ ଗୁଳିକାଣ୍ଡରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିମାନଙ୍କୁ ଶ୍ରଦ୍ଧାଞ୍ଜଳି
ଜ୍ଞାପନ କରାଯାଇ ଏକ ସ୍ମୃତି ସଭାର ଆୟୋଜନ କରାଯାଇଛି ।

ଏହି ସମୟରେ କୌଣସି ଅପ୍ରୀତିକର ଘଟଣାକୁ ଦୃଷ୍ଟିରେ ରଖି ପାଂଚ ପ୍ଲାଟୁନ ପୋଲିସ୍ ଫୋର୍ସ ମୁତୟନ କରାଯାଇଥିଲା ।

ଟାଟା ପ୍ରକଳ୍ପର ପାଚେରୀ ନିର୍ମାଣକୁ ବିରୋଧ କରି ଆଦିବାସୀମାନେ ୨୦୦୬ ଜାନୁୟାରୀ ୨
ତାରିଖରେ ବିକ୍ଷୋଭ ପ୍ରଦର୍ଶନ କରୁଥିବାବେଳେ ପୋଲିସ୍ ସହିତ ସେମାନଙ୍କର ସଂଘର୍ଷ ହୋଇଥିଲା ଓ
ପୋଲିସ୍ ଗୁଳିରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିଲା ।

ଓଡିଶା ଡଟ୍ କମ୍

Exit mobile version