Site icon Odisha.com

ଶ୍ମଶାନ ଜମି ନେଇ ଗ୍ରାମବାସୀଙ୍କ ଜିଲାପାଳଙ୍କୁ ସାକ୍ଷାତ

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ଜାନୁୟାରୀ ୨(ଓଡ଼ିଶା ଡ଼ଟ୍ କମ୍) ଭଦ୍ରକ ବରପଦା ଇଂଜିନିୟରିଂ କଲେଜ ଶ୍ମଶାନ ଜମି ଜବରଦଖଲ ନେଇ ସୋମବାର ସ୍ଥାନୀୟ ଅଂଚଳର କେତେକ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଧଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

କୁଶୁନନଗର ଗ୍ରାମର ୨୭୨୬ ପ୍ଲଟ ନମ୍ବର ଜମିଟି ଶ୍ମଶାନ କିନ୍ତୁ ଜନୈକ ମନ୍ତ୍ରୀ ଏବଂ ତାଙ୍କର ପୁତ୍ର ଏହି ଜମିକୁ ଜବରଦଖଲ କରି ଏଠାରେ ବେଆଇନ ଭାବେ ଉପରୋକ୍ତ କଲେଜର ବିଲ୍ଡ଼ିଂ ନିର୍ମାଣ କରିଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି ।

ଫଳରେ ସ୍ଥାନୀୟ ଗ୍ରାମବାସୀମାନେ ସେମାନଙ୍କର ଶବଦାହ କାର୍ଯ୍ୟରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ବେଆଇନ ଦଖଲ ବିରୁଦ୍ଧରେ ବିଭାଗୀୟ ପଦାଧିକାରୀମାନେ ମନ୍ତ୍ରୀଙ୍କ ଚାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ସେମାନେ କହିଛନ୍ତି ।

ତେବେ ମୁଖ୍ୟମନ୍ତ୍ରୀ ଏହି ବେଆଇନ କାର୍ଯ୍ୟରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠନ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version